ଭୁୁବନେଶ୍ୱର – ଓଡିଶାରେ କରୋନା ସଂକ୍ରମିତ ପ୍ରଥମ ପଜିଟିଭ ମାମଲା ସାମନାକୁ ଆସିଛି । ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହୋଇଥିବା ଯୁବକଙ୍କ ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି । ଦେଶର ଅନ୍ୟ ରାଜ୍ୟରେ କରୋନା ପଜିଟିଭ ମାମଲା ଆସିଥିବା ବେଳେ ଏହା ରାଜ୍ୟର ପ୍ରଥମ ମାମଲା ।
ମିଳିଥିବା ସୂଚନା ଅନୁସାରେ ୩୩ ବର୍ଷୀୟ ଏହି ଯୁବକଙ୍କ ଗତ ଛଅ ତାରିଖ ଦିନ ଇଟାଲୀରୁ ଫେରିଥିଲେ । ଏହା ପରେ ସେ ଟ୍ରେନ ଯୋଗେ ଭୁବନେଶ୍ୱର ଆସିଥିଲେ । ତାଙ୍କର ଥଣ୍ଡା କାଶ ଆଦି ହେବାରୁ ସେ କ୍ୟାପିଟାଲ ହସପିଟାଲରେ ଭର୍ତି ହୋଇଥିଲେ । ତାଙ୍କର ସ୍ୱାବ ଓ ରକ୍ତ ନମୁନା ପରୀକ୍ଷା କରିବାକୁ ଭୁବନେଶ୍ୱର ସ୍ଥିତ ଆରଏମଆରସିକୁ ପଠା ଯାଇଥିଲା । ଏହି ପରୀକ୍ଷାର ରିପୋର୍ଟ ପଜିଟିଭ ଆସିଥିବା ଜଣା ପଡିଛି ।