ଭୁୁବନେଶ୍ୱର – କରୋନାକୁ ଆଖି ଆଗରେ ରଖି ଭୁବନେଶ୍ୱର ଓ କଟକରେ ରହିଥିବା ସମସ୍ତ ସପିଂ ମଲ ଗୁଡିକୁ ବନ୍ଦ ରଖିବାକୁ ନିର୍ଦେଶ ଦିଆ ଯାଇଛି । ଏହି ମଲ ଗୁଡିକ ଆଜି ଠାରୁ ବନ୍ଦ ରହିଥିବା ବେଳେ ଏଗୁଡିକ ଆଗାମୀ ୩୧ ତାରିଖ ଯାଏ ବନ୍ଦ ରହିବ । କମିଶନରେଟ ପୋଲିସ ପକ୍ଷରୁ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦିଆ ଯାଇଛି । ସପିଂ ମଲ ଗୁଡିକରେ ଆସୁଥିବା ଲୋକ ମାନଙ୍କର ସଂଖ୍ୟା ଅଧିକ ହୋଇଥିବା କାରଣରୁ କରୋନାରୁ ବର୍ତିବା ପାଇଁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରା ଯାଇଛି ।
ମିଳିଥିବା ସୂଚନା ଅନୁସାରେ ଓଡିଶା ଅର୍ବାନ ପୋଲିସ ଆକ୍ଟର ସେକ୍ସନ ୩୫ ଅନୁସାରେ କମିଶନରେଟ ପୋଲିସ ଏଭଳି ନିର୍ଦେଶନାମା ଜାରୀ କରିଛି । ଆଗାମୀ ୩୧ ମାର୍ଚ ଯାଏ ସମସ୍ତ ମଲ ବନ୍ଦ ରହିବ ବୋଲି ଏଥିରେ କୁହା ଯାଇଛି ।