ଭୁବନେଶ୍ୱର – କରୋନା ଭାଇରସ ସଂକ୍ରମଣ ସମ୍ପର୍କରେ ରିପୋର୍ଟିଂ ବେଳେ ଗଣମାଧ୍ୟମକୁ ଦାୟିତ୍ୱବାନ ହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ଭୁତାଣୁ ସମ୍ପର୍କିତ ମୁଖ୍ୟ ପ୍ରବକ୍ତା ସୁବ୍ରତ ବାଗଚୀ । ସେ କରୋନା ପୀଡିତଙ୍କ ନାମ, ଠିକଣା ଓ ପରିଚୟ ଗୋପନ ରଖନ୍ତୁ । ଏପରି ନ କଲେ ସେମାନଙ୍କର ପରିବାର ଲୋକ ମାନେ ବିପଦରେ ପଡିବେ ।
ଏଇଟା ବ୍ରେକିଂ ନ୍ୟୁଜର ବେଳ ନୁହୋଁ ଆମେ ଯଦି ବ୍ରେକିଂ ନ୍ୟୁଜ ପଛରେ ଗୋଡାଇବା ତେବେ ଦେଶ ବ୍ରେକ କରିବାର ଆଶଙ୍କା ଦେଖା ଯିବ ।
କ୍ୟାମେରା ଧରି ଡାକ୍ତରଖାନା ଭିତରକୁ ଗଲେ ଚିକିତ୍ସା ସେବା ପ୍ରଭାବିତ ହେବାର ଆଶଙ୍କା ରହିିଛି । ସେମାନେ ବାଇଟ ମାଗିଲେ କିମ୍ବା ଟେଲିଫୋନରେ କଥାବାର୍ତା ହେଲେ ରୋଗୀ ମାନଙ୍କର ଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ଗଣମାଧ୍ୟମ ପ୍ରତିନିଧି ମାନେ ଦାୟିତ୍ୱବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଏ ସବୁକୁ ନ ମାନିଲେ ଆଇନ ଅନୁସାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି ।