ଭୁବନେଶ୍ୱର – ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସିପିଟାଲରେ ଚିକିତ୍ସିତ ହେଉଥିବା ଓ କରୋନା ପଜିଟିଭ ବାହାରିଥିବା ଯୁବକଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ଭୁତାଣୁ ସମ୍ପର୍କିତ ମୁଖ୍ୟ ପ୍ରବକ୍ତା ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ୩୩ ବର୍ଷୀୟ ଏହି ଯୁବକ ଇଟାଲୀରେ ଗବେଷଣା କରୁଥିଲେ । ସେ ଗତ ୬ ତାରିଖ ଦିନ ଇଟାଲୀରୁ ଦିଲ୍ଲୀ ଫେରିଥିଲେ । ଦିଲ୍ଲୀରୁ ସେ ୧୨ ତାରିଖ ଦିନ ଭୁବନେଶ୍ୱର ଫେରିଥିଲେ । ୧୩ ତାରିଖ ଦିନ ସେ ଏକ ଘରୋଇ ଡାକ୍ତରଙ୍କୁ ପରାମର୍ଶ କରିବା ପରେ ୧୪ ତାରିଖ ଦିନ କ୍ୟାପିଟାଲ ହସିପିଟାଲରେ ଭର୍ତି ହୋଇଥିଲେ । ୧୫ ତାରିଖ ଦିନ ବିଳମ୍ବିତ ରାତ୍ରୀରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି । ସେ କହିଛନ୍ତି ଯେ ତାଙ୍କର ଅନ୍ୟ କୌଣସି କଂପ୍ଲିକେସନ ନାହିଁ । ଖୁସିର କଥା ହେଲା ଯେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ସେ କହିଛନ୍ତି ଯେ ରାଜ୍ୟ ସରକାର କଂଟାକ୍ଟ ଟ୍ରେସିଂ ଜାରୀ ରଖିଛନ୍ତି । ଦିଲ୍ଲୀରୁ ବାହାରି ଟ୍ରେନରେ ଆସିବା ପରେ ଓ ଏଠାରେ ଯାହା ଯାହା ସହ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ସେମାନଙ୍କୁ ଖୋଜା ଯିବା ପରେ ସେମାନଙ୍କର ପାଇଁ ଯାହା ଆବଶ୍ୟକ ରାଜ୍ୟ ସରକାର କରିବେ ।