ଭଦ୍ରକ – କରୋନାର ମୁକାବିଲା କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆ ଯାଇଛି । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।
କରୋନା ମୁକାବିଲା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କର ଛୁଟି ବାତିଲ କରା ଯାଇଥିବା ନେଇ ଏହି ଟୁଇଟରେ ସୂଚନା ଦିଆ ଯାଇଥିବା ସହ ଏହା ସଙ୍ଗେ ସଙ୍ଗେ ଲାଗୁ ହେବ ବୋଲି କୁହା ଯାଇଛି ।