ଭୁବନେଶ୍ୱର– ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାପାଇଁ ବିଜେଡିର ସମସ୍ତ ୪ ଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ରହିଛି । ବିଜେଡିର ପ୍ରାର୍ଥୀ ସୁବାସ ସିଂହ, ମୁନା ଖାନ୍ , ସୁଜିତ୍ କୁମାର ଓ ମମତା ମହାନ୍ତଙ୍କ ପ୍ରାର୍ଥୀପତ୍ର କାଏମ ରହିଛି ।
ତେବେ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଥିବା ଅନ୍ୟ ୪ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଂଚ ବେଳେ ନାକଚ ହୋଇଯାଇଛି । ପ୍ରାର୍ଥୀପତ୍ର ନାକଚ ହୋଇଥିବା ପ୍ରାର୍ଥୀ ମାନେ ହେଲେ ମମତା ସାମନ୍ତରାୟ , ଲାଲା ଅରୁଣ କୁମାର ସିଂହ, ଗଣେଶ୍ୱର ମିଶ୍ର ଏବଂ ଭର୍ତଲ ହେମ୍ବ୍ରମ୍ । ପ୍ରସ୍ତାବକ , ମନି ରିସିପଟ୍ ଆଦି ନଥିବାରୁ ସେମାନଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଥିବା ଜଣାପଡିଛି । ଆସନ୍ତା ୧୮ ତାରିଖରେ ବୈଧ ପ୍ରାର୍ଥୀ ମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଅନ୍ୟକେହି ପ୍ରାର୍ଥୀ ନଥିବାରୁ ସେହିଦିନ ବିଜେଡି ର ୪ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ବିଜୟୀ ହୋଇଥିବା ନେଇ ଘୋଷଣା କରାଯିବ ।