ଭୁବନେଶ୍ୱର – କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସୋମବାର ଭୁବନେଶ୍ୱର ବାଣୀ ବିହାରର ସମସ୍ତ ହଷ୍ଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୪ ଘଂଟା ଭିତରେ ହଷ୍ଟେଲ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସମସ୍ତ ବିଷୟର ମିଡ୍ ସେମିଷ୍ଟର ପରୀକ୍ଷାକୁ ବି ସ୍ଥଗିତ ରଖାଯାଇଛି । ଏନେଇ ପିଜି କାଉନସିଲ୍ ଚେୟାରମ୍ୟାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥିନେଇ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଛାତ୍ରଛାତ୍ରୀମାନେ ୧୭ ତାରିଖ ସଂଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଦର୍ଶାଯାଇଛି । ହଷ୍ଟେଲ ପୁଣି ଥରେ ଖୋଲିବା ନେଇ ପରବର୍ତୀ ସମୟରେ ସୂଚନା ଦିଆଯିବ । ସେହିପରି ବାତିଲ ହୋଇଥିବା ସେମିଷ୍ଟର ସମ୍ପର୍କରେ ନୂତନ ତାରିଖ ପ୍ରକାଶ ପାଇବ ।