ଭୁବନେଶ୍ୱର – ବିଜେପୁର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ କିଏ ହେବ ସେ ନିଷ୍ପତି ଦଳର ସଭାପତି ନେବେ ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ ପ୍ରକାଶ କରିଛନ୍ତି । ଏଥର ଟିକେଟ୍ ମିଳୁ ବା ନମିଳୁ ସେ କଂଗ୍ରେସ ଲୋକ ଏବଂ କଂଗ୍ରେସରେ ହିଁ ରହିବେ । ଗତଥର ଯେଉଁ ପରିସ୍ଥିତିରେ ଲଢିଥିଲେ ସେ କଥା ସାଧାରଣ ଜନତା ଜାଣିଛନ୍ତି । ତାଙ୍କ ପୁଅକୁ ଟିକେଟ୍ ମିଳିବ କି ନାହିଁ ତାହା ସେ ଜାଣନ୍ତି ନାହିଁ । ତାଙ୍କ ଠାରୁ ଭଲ ପ୍ରାର୍ଥୀ ମିଳିଲେ ଦଳ ତାଙ୍କୁ ଟିକେଟ୍ ଦେଇପାରେ । ଏହାକୁ ସେ ବିରୋଧ କରିବେ ନାହିଁ ବୋଲି ସେ କହିଛନ୍ତି ।
Related Stories
November 25, 2024