ଭୁବନେଶ୍ୱର – କରୋନା ପାଇଁ ଶିକ୍ଷକମାନଙ୍କୁ ସ୍କୁଲ ଆସିବାକୁ ମନା କରାଯାଇଛି । ଏହାସହ ହେବାକୁ ଥିବା ସମସ୍ତ ପରୀକ୍ଷା ଘୁଂଚାଇବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛି । ପୂର୍ବରୁ ଛାତଛାତ୍ରୀଙ୍କ ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା ।
ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ବନ୍ଦ ରହିବ । ସେହିପରି ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାକୁ ଘୁଂଚାଇ ଦିଆଯାଇଛି । ଶିକ୍ଷକମାନେ ମଧ୍ୟ ସ୍କୁଲ୍ ଯିବେ ନାହିଁ । ତେବେ ସରକାରଙ୍କ ପକ୍ଷରୁ ଜରୁରୀ ନିର୍ଦ୍ଦେଶ ପାଇଁ ଫୋନ୍ ରେ ଆଲର୍ଟ ରହିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାବ୍ୟତୀତ ସ୍କୁଲ୍ ଗୁଡ଼ିକ ପରି ରାଜ୍ୟର ସମସ୍ତ କୋଚିଂ ସେଂଟର ସହିତ ଟ୍ୟୁସନ୍ କୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଅନ୍ୟପକ୍ଷରେ ଦ୍ୱାଦଶ ଶ୍ରେଣୀ ପାଇଁ ଚାଲୁ ରହିଥିବା ପରୀକ୍ଷା ଜାରି ରହିବ । ସେହିପରି ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଖାତାଦେଖା ଯଥାରୀତି ଚାଲିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।