ବେଜିଂ – ସୋମବାର ଦିନ ଚାଇନାରେ କୋରାନାଭାଇରସରୁ ମୃତ୍ୟୁ ସଂଖ୍ୟା ୩,୨୧୩ କୁ ବୃଦ୍ଧି ପାଇଛି । ଏହାସହ ସଂକ୍ରମିତ ଲୋକଙ୍କ ମୋଟ ସଂଖ୍ୟା ୮୦,୮୬୦ କୁ ବୃଦ୍ଧି ପାଇଛି ।
ଜାତୀୟ ସ୍ୱାସ୍ଥ୍ୟ ଆୟୋଗର ରିପୋର୍ଟ ଅନୁଯାୟୀ ରବିବାର ଦିନ ୧୬ ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ସେମାନେ ସମସ୍ତେ ହୁବେଇ ସହରର ବୋଲି ଜଣାପଡିଛି । ମଧ୍ୟରାତ୍ରି ସୁଦ୍ଧା ମୋଟ ୮୦,୮୬୦ ମାମଲା ମଧ୍ୟରୁ ୯,୮୯୮ ଲୋକ ଚିକିତ୍ସିତ ହେଉଛନ୍ତି । ସୁସ୍ଥ ହେବା ପରେ ୬୭,୭୪୯ ଜଣଙ୍କୁ ଡିସଚାର୍ଜ କରାଯାଇଛି । ୩,୨୧୩ ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ଯେ ଚୀନ୍ ର ୟୁହାନ ସହରରେ ମାରାତ୍ମକ କୋରାନାଭାଇରସ ଆରମ୍ଭ ହୋଇଥିଲା । ଏହା ପରେ ଏହା ବିଶ୍ୱର ପ୍ରମୁଖ ଦେଶମାନଙ୍କରେ ବ୍ୟାପିବାରେ ଲାଗିଛି । ବହୁ ସଂଖ୍ୟକ ଲୋକ ଏଥିରୁ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରୁଛନ୍ତି । ସତର୍କତା ଦୃଷ୍ଟିରୁ ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ଏହା ବ୍ୟବସାୟ ଉପରେ ମଧ୍ୟ ପ୍ରଭାବ ପକାଉଛି ।