ଗଞ୍ଜାମ– ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସ୍ପିଟାଲରେ ତିନି ଜଣ ସନ୍ଦିଗ୍ଧ କରୋନା ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡ଼ରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଡ଼ାକ୍ତରଖାନାରୁ ଗତ ୧୪ ତାରିଖରେ ଫେରାର୍ ହୋଇଯାଇଥିଲେ । ସମ୍ପୃକ୍ତ ଯୁବକଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଛି । ସେ ବେଙ୍ଗାଲୁରୁରୁ ଫେରିଥିଲେ । ଥଣ୍ଡା ଜ୍ୱରରେ ପୀଡ଼ିତ ଥିବାରୁ କରୋନା ସନ୍ଦେହରେ ତାଙ୍କର ଚିକିତ୍ସା ଚାଲିଥିଲା । ଅନ୍ୟପକ୍ଷରେ ସମ୍ପୃକ୍ତ ଫେରାର୍ ଯୁବକ ଗ୍ରାମରେ ପହଂଚିବା ପରେ ଗାଁ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ଗତକାଲି ରାତିରେ ଏହି ଯୁବକଙ୍କୁ ପୁଣି ଥରେ ମେଡ଼ିକାଲକୁ ଫେରାଇ ଅଣାଯାଇଛି । ସମ୍ପ୍ରତି ଆଇସୋଲେସନ ୱାର୍ଡ଼ରେ ତାଙ୍କର ଚିକିତ୍ସା ଚାଲିଛି ।
Related Stories
November 24, 2024
November 24, 2024