ବେଲଗୁଣ୍ଠା – ୧୫/୩ – ବେଲଗୁଣ୍ଠା ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଆଜି ମା ବ୍ରାହ୍ମଣ ଦେବୀ ଙ୍କ ପୀଠରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନ ରେ ପାଦ ଦେବାଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଉପୁଜିଥିବା ସମସ୍ୟା ଗୁଡିକୁ ଭୁଲିଯାଇ ଆଗାମୀ ଦିନରେ ଏକ ଉତ୍ତମ ନାଗରିକ ହେବା ପାଇଁ ଅନୁରୋଧ କରିଥିଲେ। ଭବିଷ୍ୟତରେ ସରକାର ଙ୍କ ନିର୍ଦ୍ଦେଶରେ ଆୟୋଜିତ ହେବାକୁ ଥିବା ମୋ କଲେଜ କାର୍ଯ୍ୟକ୍ରମ ରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଯେପରି ଅଂଶ ଗ୍ରହଣ କରିବେ ତାହାର ସୁଚନା ପ୍ରଦାନ କରିଥିଲେ। ସର୍ବଦା କଲେଜ ର ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କ ସହଯୋଗ ଆପଣ ମାନଙ୍କ ପାଇଁ ରହିଥିଲା ରହିଛି ଏବଂ ରହିବ ମଧ୍ୟ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀ ମାନେ ନିଜର ଅଭିଜ୍ଞତା ଏବଂ ଆହରଣ କରିଥିବା ଜ୍ଞାନ ର ପରିପ୍ରକାଶ ଉଚିତ ମାର୍ଗରେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଡଃ. ଗୁରୁମୁର୍ତ୍ତୀ ନାୟକ, ଅଶୋକ ସ୍ବାଇଁ, ସପନ ପ୍ରଧାନ, ଅଶୋକ ପ୍ରଧାନ, ଅଜୟ ବିଶ୍ବାଳ, ସନ୍ତୋଷ ପାଣିଗ୍ରାହୀ, ରଞ୍ଜିତ ସାମଲ, ବିଶ୍ବ ରଂଜନ ସ୍ୱାଇଁ, ଡଃ. ପ୍ରଫୁଲ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ଶିବରାମ ଚୌଧୁରୀ