ବ୍ରହ୍ମପୁର: ସାରା ବିଶ୍ୱରେ କରୋନା ଭାଇରସ୍ ମହାମାରୀ ରୂପ ନେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ସମସ୍ତ ଶିକ୍ଷାନୁଷ୍ଠାନ, ସିନେମା ହଲ୍, ଜନସମାଗମ ହେଉଥିବା ଅଞ୍ଚଳକୁ ବନ୍ଦ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ରବିବାର ସନ୍ଧ୍ୟାରେ ଜିଲ୍ଲାରେ ୧୪୪ଧାରା ଲାଗୁ କରିଛନ୍ତି । ଯେଉଁ ସ୍ଥାନରେ ଜନ ସମାଗମ ଘଟୁଛି ସେଠାରେ ଏହି ଧାରା ଲାଗୁ ରହିବା ସହ ଜନଗହଳି ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ମିଳିଛି ।
Related Stories
November 24, 2024