ନୂଆଦିଲ୍ଲୀ – ଦେଶରେ କରୋନା ଭୁତାଣୁ ସଂକ୍ରମଣ ଜନିତ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢି୍ବାରେ ଲାଗିଛି। ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା 107 କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ସର୍ବାଧିକ 32 ଟି ମାମଲା ସାମନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ସଞ୍ଜୀବ କୁମାର ରବିବାର କହିଛନ୍ତି ଯେ ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ଗତ ଅପଡେଟ ପରଠାରୁ 23 ଟି ନୂଆ ମାମଲା ଚିହ୍ନଟ ହୋଇଛି, ସେଥିମଧ୍ୟରୁ 17 ଟି ମହାରାଷ୍ଟ୍ର, 2 ଟି ତେଲେଙ୍ଗାନା, 1 ଟି ରାଜସ୍ଥାନ ଏବଂ 3 ଟି କେରଳ। ଏହିପରି ଭାବରେ ବର୍ତ୍ତମାନ ସାରା ଦେଶରେ 107 ଟି କରୋନା ପୀଡିତ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ 9 ଜଣଙ୍କୁ ଚିକିତ୍ସା ପରେ ପରେ ଡିସଚାର୍ଜ କରାଯାଇଥିବା ବେଳେ 2 ଜଣଙ୍କର ମୃତ୍ୟୁ ହୋଇଛି।
Related Stories
November 24, 2024
November 24, 2024