ଧର୍ମଶାଳା– ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦାସ୍ଥିତ ରୋହାନୀ ଖେଳ ପଡିଆରେ ଆରମ୍ଭ ହୋଇଛି ଏକଦିବସୀୟ ସର୍ବଭାରତୀୟ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତା । ରୁହାନୀ ସ୍ପୋର୍ଟ କ୍ଲବର ଷଷ୍ଠ ବାର୍ଷିକ ଅବସରରେ ଏହି ସର୍ବଭାରତୀୟ ରୁହାନୀ ଟ୍ରଫି କ୍ଲବ ପକ୍ଷରୁ ଆୟୋଜିତ ହୋଇଛି । ଆଜି ଅପରାହ୍ନରେ ଏହି ଟ୍ରଫି ଉଦଘାଟିତ ହୋଇଯାଇଛି । କ୍ଲବର ସଭାପତି ସେକ୍ କମରୁଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଇମତିୟାଜ ମହମ୍ମଦ ଓ ବରୀ ନିର୍ବାଚନ ମଣ୍ଡଳୀ କଂଗ୍ରେସର ଯୁବନେତା ଉମେଶ ଜେନା ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ଟ୍ରଫିକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲା ସାଧାରଣ ସମ୍ପାଦକ ପ୍ରଦିପ ଦାସ, ସେକ୍ ଅସଲମ ଖାଁ, ସେକ ତାଜୁଦ୍ଦିନ, ହାଜି ମକବୁଲ, ସେକ ଅଫତାଉଦ୍ଦିନ, ଫିରଦୋଶ ଆଲାମ ଖାଁ, ଅବଦୁଲ ରସିଦ ଖାଁ, ଅବଦୁଲ ସହିଦ ଖାଁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଉଦଘାଟନି ମ୍ୟାଚ୍ ସିଆଇଏସଏଫ ରାଂଚି ଓ ଇନକମ ଟ୍ୟାକ୍ସ କୋଲକାତା ମଧ୍ୟରେ ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ ଅନ୍ୟ ଦଳଭାବେ ରାଇଜିଙ୍ଗ ଷ୍ଟାର ରାଉରକେଲା ଓଡିଶା, ଉତରପ୍ରଦେଶ ସ୍ପୋର୍ଟ ହଷ୍ଟେଲ ୟୁପି ଟିମ୍ ଯୋଗ ଦେଇଛନ୍ତି ।
ଏହି ଖେଳ ଜାତୀୟ ସ୍ତରୀୟ ରେଫରୀ ନିରଞ୍ଜନ ନାୟକଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଛି । ଶେଷରେ କ୍ଳବର ସମ୍ପାଦକ ଅବଦୁଲ ହମିଦ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ ବୋଲି କ୍ଲବର ସଭାପତି ସେକ୍ କମରୁଲ ସୂଚନା ଦେଇଛନ୍ତି ।