ଜଟଣୀ– ସ୍ଥାନୀୟ ଅଂଚଳ କୁଦିଆରୀର ପ୍ରମୁଖ ଗ୍ରାମଦେବୀ ମା” ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ଏକ ପ୍ରସ୍ତୁତି ବୈଠକ ମା ଜାଗୁଳାଇଙ୍କ ପୀଠରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ୟ ତପନ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ କିପରି ମାଙ୍କ ନବରାତ୍ର ମହୋତ୍ସବ ଧୁମଧାମରେ ପାଳିତ ହେବ । ଏଥି ସହିତ ଚଳିତ ବର୍ଷ କିଛି ନୂତନ ଧରଣର କାର୍ଯ୍ୟକ୍ରମ ଆୟୋଜନ ହେବ ସେନେଇ ଆଲୋଚନା ହୋଇଥିଲା । ଏହା ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇ ଅପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ସ୍ଥିର କରାଯାଇଥିଲା ।
ଏହି ଅବସରରେ ନୂତନ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ଶ୍ରୀ ରାଧେ ମୋହନ ପଟ୍ଟନାୟକ, ଉପ ସଭାପତି ଅଶୋକ କୁମାର ଦାସ, ସଂପାଦକ ଲକ୍ଷ୍ମୀଧର ମହାନ୍ତି, ଯୁଗ୍ମସଂପାଦକ ମନୋରଂଜନ ପଣ୍ଡା, ସହସଂପାଦକ ପ୍ରଦୀପ ସୁନ୍ଦରାୟ, କୋଷାଧ୍ୟକ୍ଷ ବିଜୟ କୁମାର ରାଜା, ସହ କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର ପଣ୍ଡା ପ୍ରମୁଖଙ୍କୁ ବିବେଚିତ କରାଯାଇଥିଲା ।