
ନୂଆଦିଲ୍ଲୀ– କୋରାନା ଭୁତାଣୁ ବ୍ୟାପିବାକୁ ଆଖି ଆଗରେ ରଖି ପାକିସ୍ତାନର କରତାରପୁର ସାହିବ ଗୁରୁଦ୍ୱାରାଙ୍କ ତୀର୍ଥଯାତ୍ରୀଙ୍କ ଯାତ୍ରା ଏବଂ ପଞ୍ଜୀକରଣକୁ କେନ୍ଦ୍ର ସରକାର ସାମୟିକ ଭାବେ ବନ୍ଦ ରଖିବା ନେଇ ଘୋଷଣା କରିଛନ୍ତି ।ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ଏହି ଧାର୍ମିକ ପରିଦର୍ଶନକୁ ବାରଣ କରାଯାଇଛି। ମାର୍ଚ୍ଚ 16 ରୁ ଏହା କାର୍ଯ୍ୟକାରୀ ହେବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାରି ରହିବ | ଏହାପୂର୍ବରୁ କରୋନା ଭୁତାଣୁ ବିସ୍ତାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବାଂଲାଦେଶ, ମିଆଁମାର, ନେପାଳ ଏବଂ ଭୁଟାନରୁ ସଡକ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମାର୍ଚ୍ଚ 15 ମାର୍ଚ୍ଚରୁ ଏହା ଆରମ୍ଭ ହୋଇଛି ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାରି ରହିବ |