ଭୁବନେଶ୍ୱର – କରୋନାକୁ ରୋକିବା ପାଇଁ ନିଆ ଯାଇଥିବା ପଦକ୍ଷେପ ଅନୁସାରେ ରବିରାର ଠାରୁ ସମସ୍ତ କୋଚିଂ ଓ ଟ୍ୟୁସନ ସେଂଟରକୁ ବନ୍ଦ ରଖା ଯାଇଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଶନିବାର ଦିନ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଥିଲେ ।
ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ କୋଚିଂ ଓ ଟ୍ୟୁସନ ସେଂଟର ବନ୍ଦ କରିବାକୁ ଘୋଷଣା କରା ଯିବା ପରେ ପିଲା ମାନଙ୍କୁ ଏହି ସେଂଟରକୁ ନ ପଠାଇବାକୁ ଅଭିଭାବକ ମାନଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆ ଯାଇଛି ।