
ଭୁବନେଶ୍ୱର– କରୋନା ପାଇଁ ଜାରୀ ହୋଇଥିବା ଆଡଭାଇଜରିକୁ ପୂରା ମାତ୍ରାରେ ମାନିବା ପାଇଁ ଜନସାଧାରଣଙ୍କୁ ଖୋର୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ନିବେଦନ କରିଛନ୍ତି । ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ବଡ ସମାଗମ ଉପରେ କଟକଣା ଜାରୀ କରା ଯାଇଛି । ଆବଶ୍ୟକ ପଡିଲେ ଲିଙ୍ଗରାଜ ମନ୍ଦିରରେ ଜନ ସମାଗମକୁ ନିୟନ୍ତ୍ରଣ କରା ଯିବ ବୋଲି ସେ କହିଛନ୍ତି ।
ସେ ଲୋକ ମାନଙ୍କୁ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି । ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ମାସ୍କ ଓ ସାନିଟାଇଜର ହୋର୍ଡିଂ କରିବାକୁ ନେଇ ନିୟମିତ ଭାବେ ଜାଂଚ କରିବାକୁ ନିର୍ଦେଶ ଦିଆ ଯାଇଥିବା ସେ କହିଛନ୍ତି ।
ସେ କହିଛନ୍ତି ଯେ ଆଜି ଠାରୁ ୩୧ ତାରିଖ ଯାଏ ଧଉଳି ବନ୍ଦ ରହିବ । ଅନ୍ୟ ପକ୍ଷରେ ଚିଲିକାରେ ମଧ୍ୟ ସମାଗମ ଉପରେ ମଧ୍ୟ କଟକଣା ଜାରୀ କରା ଯାଇଛି ।
ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହା ଯାଇଛି ଯେ ବର୍ତମାନ ଭୁବନେଶ୍ୱର କ୍ୟାପିଟାଲରେ ତିନି ଜଣ ଓ କଟକର ଏସସିବିରେ ଦୁଇ ଜଣ କରୋନା ସଂଦିଗ୍ଧ ଭର୍ତି ଅଛନ୍ତି ।