ଭୁବନେଶ୍ୱର-  ଅ।।ଜି ମାସ୍କ ଓ ସାନିଟାଇଜରର କଳାବଜାର ଓ ହୋର୍ଡିଂକୁ ନେଇ ପ୍ରଶାସନ ପକ୍ଷରୁ ବାପୁଜୀ ନଗର ଅଂଚଳରେ ଔଷଧ ଦୋକାନ ମାନଙ୍କରେ ଜାଂଚ କରା ଯାଇଛି ।  ଔଷଧ ଦୋକାନୀ ମାନେ କହିଛନ୍ତି ଯେ ଷ୍ଟକ କମ ଥିବାରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ବର୍ତମାନ ଅର୍ଡର ଦେଲେ ସୁଦ୍ଧା ମାଲ ଆସି ପାରୁ ନାହିଁ । ନିର୍ଧାରିତ ଅର୍ଡରରୁ କମ ସଂଖ୍ୟାରେ ମାଲ ପହୁଂଚୁଛି । ତେଣୁ ଏ ଭଳି ସ୍ଥିତି ଉତ୍ପନ୍ନ ହୋଇଥିବା ସେମାନେ କହିଛନ୍ତି ।
                            
                        
	                    