-
ଫର୍ମ ପୂରଣ କରିବା ପରେ ହିଁ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ଦର୍ଶନାର୍ଥୀ
ପୁରୀ। କରୋନାକୁ ଆଖି ଆଗରେ ରଖି ପୁରୀର ଶ୍ରୀମନ୍ଦିର ପାଇଁ ଅନେକ ଗୁରୁତ୍ୱପୂର୍ଣ ନିଷ୍ପତି ଗ୍ରହଣ କରା ଯାଇଛି । ଛତିଶା ନିଯୋଗର ବୈଠକରେ ଏହି ନିଷ୍ପତି ଗ୍ରହଣ କରା ଯାଇଛି ।
ଏବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦର୍ଶନାର୍ଥୀ ମାନଙ୍କୁ ଫର୍ମ ପୂରଣ କରିବାକୁ ପଡିବ । ଏହି ଫର୍ମ ପୂରଣ ବାଧ୍ୟତାମୂଳକ ହେବ । ଏହା ପରେ ହିଁ ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ । ପରିବାରରୁ କେହି ବିଦେଶରୁ ଫେରିଥିଲେ ସେ ସମ୍ପର୍କରେ ଏହି ଫର୍ମରେ ଉଲ୍ଲେଖ କରିବାକୁ ହେବ । ସେହିପରି ଦର୍ଶନାର୍ଥୀଙ୍କ ପୂର୍ବ ଗସ୍ତାବଳୀର ତଥ୍ୟ ଅନୁଧ୍ୟାନ କରାଯିବ ବୋଲି ନିଷ୍ପତି ଗ୍ରହଣ କରା ଯାଇଛି । ଶ୍ରୀମନ୍ଦିର ବାହାରେ ଏ ସମ୍ପର୍କରେ ହେଲପ ଡେସ୍କ ସ୍ଥାପନ କରା ଯାଇ ଫର୍ମ ପ୍ରଦାନ କରା ଯିବ । ଥଣ୍ଡା, ଜ୍ୱର ଆଦି ହୋଇଥିଲେ ମନ୍ଦିରକୁ ଦର୍ଶନ କରିବାକୁ ନ ଆସିବାକୁ ପରାମର୍ଶ ଦିଆ ଯିବ ।
ପୁରୀ ଅ ।ସୁଥିବା ଭକ୍ତଙ୍କ ଉପରେ ରହିବ ନଜର ରଖା ଯିବ । ଭିତରକାଠ ପାଖରୁ ଠାକୁର ଦର୍ଶନ ଉପରେ କଟକଣା ଲଗା ଯାଇଛି । ଜଗମୋହନ ଭିତରେ ଜନସମାଗମ ଉପରେ କଟକଣା ଲଗା ଯିବାକୁ ନିଷ୍ପତି ଗ୍ରହଣ କରା ଯାଇଛି । ଅରୁଣସ୍ତମ୍ଭ ପାଖରେ ଜନସମାଗମ ଉପରେ ମଧ୍ୟ କଟକଣା ଲଗା ଯାଇଛି । ଅ ।ନନ୍ଦ ବଜାରରେ ବସିବା ଓ ଭୋଜନ ବ୍ୟବସ୍ଥା ନିୟନ୍ତ୍ରଣ ସହିତ ଭିତରକାଠ ପାଖରୁ ଠାକୁର ଦର୍ଶନ ଉପରେ କଟକଣା ଲଗା ଯାଇଛି । ଦର୍ଶନାର୍ଥୀଙ୍କ ପାଇଁ ଅରୁଣସ୍ତମ୍ଭ ଓ ଗରୁଡ଼ସ୍ତମ୍ଭ ସଂକ୍ରାନ୍ତରେ କଟକଣା ଲଗା ଯାଇଛି । କଟକଣା କୌଣସି ଦେବାଦେବୀ ଓ ପଦାର୍ଥକୁ ଛୁଇଁବା ଉପରେ ରୋକ ଲଗା ଯିବା ସେହିପରି ମନ୍ଦିରରେ ସେବା ପୂଜା ବେଳେ ସେବାୟତ ମାସ୍କ୍ ପିନ୍ଧିବାକୁ କୁହା ଯାଇଛି । ବାରମ୍ବାର ହାତ ଧୋଇବାକୁ ସେବାୟତଙ୍କୁ ପରାମର୍ଶ ଦିଆ ଯାଇଛି । ସେବାୟତ ଭକ୍ତଙ୍କ ଅ ।ଖିରେ କର୍ପୂର ଲଗାଇବେ ନାହିଁ ବୋଲି କୁହା ଯାଇଛି ।