ଭୁବନେଶ୍ୱର – କରୋନାକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରି ସାରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ଏହାର ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଅପିଲ କରିଛନ୍ତି । ସୋସିଆଲ ମିଡିଆରେ ଶ୍ରୀ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏହି ଅପିଲ କରିଛନ୍ତି । ଏହା ସହ ସେ ଏହି ମାମଲାରେ ଅପପ୍ରଚାର ଓ ଗୁଜବ ପ୍ରଚାର ନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ସେ ସାମୁହିକ ଭାବେ ଦାୟିତ୍ୱବୋଧର ସହ ଏହାର ମୁକାବାଲି ପାଇଁ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି ଯେ ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଓ ପରିବାର ଆକାରରେ ଦାୟିତ୍ୱବାନ କାମ କରିବାକୁ ହେବ ତଥା ଏହାର ମୁକାବିଲା କରିବାକୁ ହେବ । ଏହା ଦ୍ୱାରା ବ୍ୟକ୍ତିଗତ ଭାବେ ଆମେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ଓ ପରିବାର ମାନଙ୍କୁ ମଧ୍ୟ ଏଥିପାଇଁ ବଳିଦାନ ଦେବାକୁ ପଡ ପାରେ ତେବେ ଅସାଧାରଣ ପରିସ୍ଥିତିରେ ଅସାଧାରଣ ପ୍ରତିକ୍ରିୟାର ଆବଶ୍ୟକତା ରହିଥାଏ ବୋଲି ସେ କହିଛନ୍ତି ।