ଆନନ୍ଦପୁର– କରୋନା ସନ୍ଦିଗ୍ଧ ଜଣେ ବନ ବିଭାଗ କର୍ମଚାରୀଙ୍କୁ ଆଜି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ହେଲେ ଡ଼ାକ୍ତର ତାଙ୍କୁ ସର୍ଦ୍ଦି, ଥଣ୍ଡା ପାଇଁ ଆବଶ୍ୟକ ଔଷଧ ଲେଖିବା ସହ କଟକ ଯାଇ ଅଧିକ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ।
ନିକଟରେ ସେ ଭୁବନେଶ୍ୱର ଠାରେ ଆୟୋଜିତ ବନ ବିଭାଗ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ଫେରିଥିଲେ । ପ୍ରତିଯୋଗିତା ବେଳେ ସେ ବିମାନ ବନ୍ଦରରେ ଡ୍ୟୁଟି କରିଥିଲେ । ହେଲେ ଘରକୁ ଫେରିବା ପରେ ସେ ଅସୁସ୍ଥତା ଅନୁଭବ କରିବାରୁ କରୋନା ସନ୍ଦେହରେ ତାଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଥିଲା ।