ବାଲେଶ୍ୱର– ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବାରିକପୁର ନିକଟରେ ଏକ ବାଲି ବୋଝେଇ ଟ୍ରକ୍ ଓ କଂଟେନର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ କଂଟେନର ଡ଼୍ରାଇଭରଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଟ୍ରକ୍ ଡ଼୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ନିମନ୍ତେ ସୋର ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ ।
ଆଜି ସକାଳେ ବାଲି ବୋଝେଇ ଟ୍ରକ୍ ଟି ସୋର ଅଭିମୁଖେ ଯାଉଥିବା ବେଳେ କଂଟେନରଟି ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା । ଏହି ସମୟରେ ଟ୍ରକ୍ କଂଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ କଂଟେନର ଡ଼୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ଟ୍ରକ୍ ରେ ଥିବା ଡ଼୍ରାଇଭର ଓ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୋର ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ହେଲେ କଂଟେନର ଡ଼୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିବାରୁ ପ୍ରାୟ ଘଂଟାଏ କାଳ ଉଦ୍ୟମ ପରେ ପୋଲିସ ମୃତଦେହକୁ ଉଦ୍ଧାର କରିଥିଲା । ଏଥିସହ ବାଲି ବୋଝେଇ ଟ୍ରକ୍ ଓ କଂଟେନରକୁ ପୋଲିସ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।