ସମ୍ବଲପୁର– ପାରିବାରିକ କଳହକୁ କେନ୍ଦ୍ର କରି ଗୋଟିଏ ପରିବାରର ତିନି ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ମାଆର ମୃତ୍ୟୁ ଘଟିଛି । ଘଟଣାରେ ବାପ ପୁଅ ଗୁରୁତର ହୋଇପଡିଛନ୍ତି । ଅଧିକ ଚିକିତ୍ସା ନିମନ୍ତେ ଉଭୟଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲାର କତରବଗା ଥାନା ଅନ୍ତର୍ଗତ ଲଏଡ଼ା ରୁକୁଡ଼ିହି ଗ୍ରାମରେ ଆଜି ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ମହିଳାଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି । ମୃତାହତଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ ।
Related Stories
November 23, 2024