
ଭୁବନେଶ୍ୱର – ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ ହୋଇଛନ୍ତି । ଗୁରୁବାର ସକାଳେ ସିବିଆଇ ତାଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି । ତାଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାଶଙ୍କୁ ମଧ୍ୟ ଏହି ମାମଲାରେ ସିବିଆଇ ଗିରଫ କରିଛି । ଗିରଫ ପରେ ଉଭୟଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଛି । ଏହା ପୂର୍ବରୁ ସେମାନଙ୍କର ମେଡିକାଲ ଟେଷ୍ଟ କରାଯାଇଛି । ଅଗଷ୍ଟ ୨୯ ତାରିଖରେ ସେମାନଙ୍କ ବିରୁଦ୍ଧରେ ଏନବିଡବ୍ଲୁ ଜାରୀ କରାଯାଇଥିଲା ।
ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉଭୟେ ବେଲ୍ ଆବେଦନ କରିଛନ୍ତି । ଗିରଫ ପୂର୍ବରୁ ଆଶୀର୍ବାଦଙ୍କୁ ସିବିଆଇ ୫ ଥର ଇଡି ୨ ଥର ଜେରା କରିଥିଲା । କମଳାକାନ୍ତଙ୍କୁ ମଧ୍ୟ ପୂର୍ବରୁ ସିବିଆଇ ଜେରା କରି ସାରିଛି ।
ଅପରପକ୍ଷରେ ଆଶୀର୍ବାଦଙ୍କ ଗିରଫ ନେଇ ପୁଅ ସଂଜୟ ବେହେରା କହିଛନ୍ତି ଯେ ଏହା ଏକ ଷଡଯନ୍ତ୍ର । ଗିରଫ ପୂର୍ବରୁ କୌଣସି ନୋଟିସ୍ ଜାରୀ କରାଯାଇ ନଥିଲା । ଆଗକୁ ଓସିଏ ନିର୍ବାଚନ ଥିବାରୁ ଷଡଯନ୍ତ୍ର କରି ବାପାଙ୍କୁ ଗିରଫ କରାଯାଇଛି । ବେଲ୍ ପାଇଁ ଆବେଦନ କରାଯାଇଛି ।