ବ୍ରହ୍ମପୁର : ସାଉଥ୍କୋ ପକ୍ଷରୁ ବିଗତ ଫେବୃୟାରୀ ୧୬ରୁ ୨୯ତାରିଖ ପର୍ଯ୍ୟନ୍ତ ବିଦ୍ୟୁତ୍ ବକେୟା ଥିବା ଗ୍ରାହକ ମାନଙ୍କର ବକେୟା ବିଦ୍ୟୁତ୍ ଆଦାୟ ପାଇଁ ସ୍ୱତନ୍ତ୍ର ବିଦ୍ୟୁତ୍ ବିଚ୍ଛିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଅନୁସାରେ ସାଉଥ୍କୋର ୫୭୯ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଦକ୍ଷିଣାଞ୍ଚଳର ୮ଟି ଜିଲ୍ଲା ଅନ୍ତର୍ଗତ ୧୯ଟି ଡିଭିଜନରେ କାର୍ଯ୍ୟକ୍ଷମ ଥିଲା । ସେହି ସମୟ ମଧ୍ୟରେ ଗ୍ରାହକମାନଙ୍କ ଠାରୁ ୨୫କୋଟି ଟଙ୍କା ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରିବା ସହିତ ବାକିଥିବା ୨୬୨୦୯ଗ୍ରାହକଙ୍କର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା । ଚଳିତ ମାସ ସେହିପରି ୧୬ତାିରଖ ଠାରୁ ୩୧ତାରିଖ ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍ ବିଲ୍ ଗ୍ରାହକ ମାନଙ୍କର ବକେୟା ବିଦ୍ୟୁତ୍ ଦେୟ ଆଦାୟ ପାଇଁ ସ୍ୱତନ୍ତ୍ର ବିଦ୍ୟୁତ୍ ବିଚ୍ଛିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତେଣୁ ବିଦ୍ୟୁତ୍ ଗ୍ରାହକମାନେ ସେମାନଙ୍କ ବକେୟା ଅର୍ଥକୁ ନିକଟସ୍ଥ ସାଉଥ୍କୋ ବିଦ୍ୟୁତ୍ ଶୁଳ୍କ କେନ୍ଦ୍ରରେ ପୈଠ କରିବା ପାଇଁ ସାଥ୍କୋ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦିଆଯାଇଛି ।
Related Stories
November 24, 2024