
-
ପ୍ରତି ୱାର୍ଡରେ ହେବ ସଚେତନତା ସଭା
ବ୍ରହ୍ମପୁର: କୋରନା ଭାଇରସ୍ ଠାରୁ କିପରି ସତର୍କ ରହିବେ ଏହି ସନ୍ଦେଶ ଗତ ଶୁକ୍ରବାର ରାଜ୍ୟ ସଚିବାଳୟରେ ବିଜେଡି ସୁପ୍ରମି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକଙ୍କୁ ପରାମର୍ଶ ଦେବାସହ ସଚେତନତା କରାଇଥିଲେ । ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇ ଲୋକଙ୍କୁ ସଚେତନତା କରାଇବା ପାଇଁ ବିଧାୟକମାନଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ । ଏହି ମର୍ମରେ ଶନିବାର ବ୍ରହ୍ମପୁର ବିଧାୟକ ନିଗମର ୪୦ଟି ୱାର୍ଡରେ ସଚେତନତା ସଭା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଦିନରେ ନିଗମର ୧ନମ୍ବର ୱାର୍ଡ ଅନ୍ତର୍ଗତ ହରିଡାଖଣ୍ଡି ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ମାନଙ୍କୁ ନେଇ ଏକ ସଚେତନତା ସଭାକରି କୋରନା ଭାଇରସ୍ ଠାରୁ ଦୂରରେ ରୁହନ୍ତୁ, ନିଜକୁ ସୁରକ୍ଷିତ ରଖନ୍ତୁ ସ୍ଲୋଗାନ ଦେଇ ସାବୁନ୍ରେ ହାତ ଧୋଇବା ଓ ଥଣ୍ଡା ଜ୍ୱର ଓ ଛିଙ୍କୁଥିବା ଲୋକଙ୍କ ଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ସୂଚନାଥାଉକି, ରାଜ୍ୟ ସରକାର କୋରନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବାପରେ ସାରା ରାଜ୍ୟରେ ସତର୍କ କରିବା ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭକରି ନିର୍ବାଚିତ ପ୍ରତିନିଧିମାନେ ଚେଷ୍ଟା ଚଳାଇଛନ୍ତି । ଜନଗହଳିସ୍ଥାନ, ସଭା ସମିତି ଆଦି ନକରିବା ପାଇଁ ମଧ୍ୟ କୁହାଯାଇଛି । ସହରର ସମସ୍ତ ସିନେମା ହଲ୍, ସପିଂ ମହଲ ମଧ୍ୟ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି । ତେଣୁ ସହରବାସୀଙ୍କୁ କୋରନା ଭାଇରସ୍ ଠାରୁ ଦୂରରେ ରହିବା ପାଇଁ ନିଜେ ନିଜେ ସତର୍କ ହେବା ସହ ଅନ୍ୟମାନଙ୍କୁ ସତର୍କ କରାଇବା ପାଇଁ ପରାମର୍ଶ ଦେଇଛନ୍ତି । ମାସ୍ ପିନ୍ଧିବା ସହ ଷ୍ଟେନଲାଇଜର ମାଧ୍ୟମରେ ହାତ ସଫା କରିବା ପାଇଁ ପ୍ରଥମ ଦିନର ସଚେତନତା କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପଣ୍ଡାଙ୍କ ଉପସ୍ଥିତ ଅଞ୍ଚଳବାସୀଙ୍କୁ କହିଥିଲେ । ପ୍ରତି ୱାର୍ଡରେ କାର୍ଯ୍ୟରତ ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନତା କରିବେ ବୋଲି ବିଧାୟକ ଏହି ଅବସରରେ କହିଛନ୍ତି । ସିଡିପିଓ ବିଜୟଲକ୍ଷ୍ମୀ ନାୟକ, ଅଙ୍ଗନୱାଡ଼ି ସୁପରଭାଇଜର ମିନତୀରାଣୀ ପଣ୍ଡା, ବିଜେଡି ନେତା ସଞ୍ଜିତ ପାଣିଗ୍ରାହୀ, ତୁମ୍ବନାଥ ପଣ୍ଡା, ମଦନ ଦଳାଇ, ଦଣ୍ଡପାଣି ନାୟକ, ବିଜୟ ସାମଲଙ୍କ ସମେତ ବହୁ ବିଜେଡି ନେତା ଓ ୧ନମ୍ବର ୱାର୍ଡର ଅଞ୍ଚଳବାସୀ ଉପସ୍ଥିତ ଥିଲେ ।