ଯୋଧପୁର– ରାଜସ୍ଥାନର ଯୋଧପୁର ଜିଲ୍ଲା ଅନ୍ତର୍ଗତ ବାଲୋତରା- ଫଲୋଦୀ ମେଘା ରାଜମାର୍ଗରେ ଶନିବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୧ ଜଣଙ୍କ ପ୍ରାଣହାନୀ ଘଟିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦୁର୍ଘଟଣାରେ ମୃତ ପରିଜନଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି ।
ପୋଲିସ ଅନୁଯାୟୀ, ଏକ ବୋଲେରୋ ଓ ଟ୍ରକ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ପାଂଚ ପୁରୁଷ, ଛଅ ମହିଳା ଏବଂ ଗୋଟିଏ ଶିଶୁ ସାମିଲ । ଦୁର୍ଘଟଣା ସୋଇନତରା ନିକଟ ମେଘା ରାଜମାର୍ଗର ଗଓ୍ାରିଆ ହୋଟେଲ୍ ନିକଟରେ ଘଟିଛି । ଦୁର୍ଘଟଣାରେ ବୋଲେରୋ ସଂପୂର୍ଣ୍ଣ ଚୁରମାର ହୋଇ ଯାଇଛି ।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟର ଟୁଇଟ୍ କରି ଦୁର୍ଘଟଣାରେ ଗଭୀର ଶୋକ ପ୍ରକଟ କରିଛନ୍ତ । ସେ ବାଲୋତରା-ଫଲୋଦୀ ରାଜମାର୍ଗ ଦୁର୍ଘଟଣାରେ ମୃତ ୧୧ ଜଣଙ୍କ ପ୍ରତି ସମବେଦନା ବ୍ୟକ୍ତ କରି ଈଶ୍ୱର ସେମାନଙ୍କୁ ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ ବୋଲି କହିଛନ୍ତି ।