ବେଙ୍ଗାଲୁରୁ– କରୋନା ଭୂତାଣୁରୁ ରକ୍ଷା ପାଇବା ଲାଗି ସତର୍କତାମୂଳକ ଭାବେ ସଫ୍ଟଓୟାର କମ୍ପାନୀ ଇନଫୋସିସ୍ ବେଙ୍ଗାଲୁରୁ ଅଫିସ ଖାଲି କରି ବନ୍ଦ କରି ଦେଇଛି । କମ୍ପାନୀର ଜଣେ କର୍ମଚାରୀ କରୋନା ସନ୍ଦିଗ୍ଧଙ୍କ ସଂପର୍କରେ ଥିଲେ । କମ୍ପାନୀ ନିଜର କର୍ମଚାରୀଙ୍କୁ ଇ-ମେଲ୍ ଜରିଆରେ ଏହାର ସୂଚନା ଦେଇଛି । କମ୍ପାନୀର ଏହି ପଦକ୍ଷେପ କର୍ଣ୍ଣାଟକ ସରକାରଙ୍କ ପରାମର୍ଶ ପରେ ନେଇଛି ।
କମ୍ପାନୀର ଜଣେ ଅଧିକାରୀ ଶନିବାର କହିଛନ୍ତି ଯେ, ଆଇଆଇପିଏମ ଭବନକୁ ସତର୍କତାମୂଳକ ଭାବେ ଖାଲି କରି ଦିଆଯାଇଛି । କର୍ମଚାରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି । କର୍ମଚାରୀ କୌଣସି ବି ପ୍ରକାରର ସାହାଯ୍ୟ ପାଇଁ କମ୍ପାନୀର ଗ୍ଲୋବାଲ ହେଲ୍ପ ଡେକ୍ସ ସହ ଯୋଗାଯୋଗ କରି ପାରିବେ।
ଉଲ୍ଲେଖନୀୟ, କର୍ଣ୍ଣାଟକରେ ଛଅ ଜଣଙ୍କ ମଧ୍ୟରୁ ତିନି ଜଣଙ୍କଠାରେ କରୋନା ଭୂତାଣୁ ପୋଜିଟିଭ୍ ମିଳିଛି । ସଂକ୍ରମିତ ଆଇଟି ସେଲରେ କାମ କରୁଛନ୍ତି ।