ଗଞ୍ଜାମ– ଜିଲ୍ଲାର କରୋନା ସନ୍ଦିଗ୍ଧ ଜନୈକ ଦମ୍ପତିଙ୍କୁ ଗତକାଲି ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଛି । କରୋନା ଆକ୍ରାନ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ ଆଇସୋଲେସନ ୱାର୍ଡ଼ରେ ଏହି ଦମ୍ପତିଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି । ଏହି ସ୍ୱାମୀ ସ୍ତ୍ରୀ ଚିକିଟି ଅଂଚଳର ଏବଂ ଏମାନେ ଦୁବାଇରୁ ଫେରିଥିଲେ । ଏମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି । ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ମିଳିବା ପରେ ଏମାନେ କରୋନା ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହେବ ।