
ଭୁବନେଶ୍ୱର– ଆଗାମୀ ୧୬ ତାରିଖ ଦିନ ହେବାକୁ ଥିବା ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସ୍ଥଗିତ କରି ଦିଆ ଯାଇଛି । ବିଜୁ ଜନତା ଦଳର ନେତା ସଂଜୟ ଦାସବର୍ମା ଏହି ସୂଚନା ଦେଇଛନ୍ତି ।
ଶ୍ରୀ ଦାସବର୍ମା ପାର୍ଟିର କାର୍ଯ୍ୟକାରିଣୀର ସଦସ୍ୟ ମାନଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ଏହି ସୂଚନା ଦେଇଛନ୍ତି । ଦଳର ଏହି ବୈଠକ ୧୬ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ହେବାର ଥିଲା । ତେବେ ପରବର୍ତୀ ସୂଚନା ପର୍ଯ୍ୟନ୍ତ ଏହି ବୈଠକକୁ ଘୁଂଚାଇ ଦିଆ ଯାଇଥିବା ସେ କହିଛନ୍ତି ।
ଉଲ୍ଲେଖନୀୟ ଯେ ଶୁକ୍ରବାର ଦିନ ରାଜ୍ୟ ସରକାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିବା ସହ ସମସ୍ତ ଶିକ୍ଷାନୁଷ୍ଠାନ, ସିନେମାହଲ, ଜିମ, ସୁଇମିଂ ପୁଲ ଆଦିକୁ ଆଗାମୀ ମାର୍ଚ ୩୧ ତାରିଖ ଯାଏ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ । ଏହା ବାଦ ଓଡିଶା ବିଧାନସଭାକୁ ମଧ୍ୟ ଆଗାମୀ ୨୯ ତାରିଖ ଯାଏ ସ୍ଥଗିତ କରି ଦିଆ ଯାଇଥିଲା ।