-
ମହାପ୍ରଭୁଙ୍କ ଟଙ୍କା ୟେସ ବ୍ୟାଙ୍କରେ ରଖା ଯିବାକୁ ନେଇ ବିବାଦରୁ ବର୍ତିବା ପାଇଁ ଗୃହ ବନ୍ଦ କରାଗଲା
ଭୁବନେଶ୍ୱର – ନିର୍ଧାରିତ ସମୟ ପୂର୍ବରୁ କରୋନା ବାହାନାରେ ବିଧାନସଭାକୁ ସ୍ଥଗିତ କରି ଦେବା ମାମଲାରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକା ସେ କହିଛନ୍ତି ଯେ କରୋନା ଭୟରୁ ନୁହେଁ ମହାପ୍ରଭୁଙ୍କ ଟଙ୍କା ୟେସ ବ୍ୟାଙ୍କରେ ରଖା ଯିବାକୁ ନେଇ ବିବାଦରୁ ବର୍ତିବା ପାଇଁ ରାଜ୍ୟ ସରକାର ଗୃହ ବନ୍ଦ କରି ଦେଇଛନ୍ତି । ସେ କହିଛନ୍ତି ଏଭଳି ମନମୁଖୀ ଢଙ୍ଗରେ ବିଧାନସଭାକୁ ସ୍ଥଗିତ କରିବା ଅଗଣତାନ୍ତ୍ରିକ ।
ସେ କହିଛନ୍ତି ଯେ ଦେଶର ସଂସଦରେ ଅଧିବେଶନ ଚାଲିଛି । ଦିଲ୍ଲୀରେ ଓଡିଶା ଠାରୁ ଥଣ୍ଡା ଅଧିକ ଅଛି । ଏହା ସତ୍ୱେ ଅଧିବେଶନ ଚାଲିଛି । ହେଲେ ରାଜ୍ୟ ସରକାର କରୋନାର ବାହାନା ନେଇ ଗୃହକୁ ବନ୍ଦ କରିଦେବା ଦୁର୍ଭାଗ୍ୟଜନକ ।
ସେ କହିଛନ୍ତି ଯେ କେବଳ ଏଥର ନୁହେଁ ରାଜ୍ୟ ସରକାର ବାରମ୍ବାର ଏଭଳି ଗୃହକୁ ନିର୍ଧାରିତ ସମୟ ପୂର୍ବରୁ ଗୃହକୁ ବନ୍ଦ କରୁଛନ୍ତି ।
ଏହି ଅବସରରେ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ବିରୋଧୀ ଦଳର ସଚେତକ ମୋହନ ମାଝୀ ଓ ଅନ୍ୟ ବିଧାୟକ ମାନେ ଉପସ୍ଥିତ ଥିଲେ ।