
ବଲାଙ୍ଗିର– ବଲାଙ୍ଗିର ଜିଲ୍ଲାରେ କରୋନା ସନ୍ଦେହରେ ଜନୈକ ଦମ୍ପତିଙ୍କୁ ଆଇସୋଲେସନ ୱାର୍ଡ଼ରେ ରଖାଯାଇଛି । ସେମାନେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ପାଇ କାନାଡ଼ାରୁ ଓଡ଼ିଶା ଫେରିଥିଲେ । କାନାଡ଼ାରେ କରୋନା ବ୍ୟାପୀ ଥିବାରୁ ଏଥିରେ ସେମାନେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ହସ୍ପିଟାଲ କର୍ତୃପକ୍ଷ ଏହି ଦମ୍ପତିଙ୍କୁ ବଲାଙ୍ଗିର ଜିଲ୍ଲା ମେଡ଼ିକାଲର ଆଇସୋଲେସନ ୱାର୍ଡ଼ରେ ରଖିଛନ୍ତି ।