ଭୁବନେଶ୍ୱର – ରାଜ୍ୟରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ଜୋରିମାନା ବାବଦରେ ଖିଲାପକାରୀଙ୍କ ଠାରୁ ପ୍ରାୟ ୪୦ କୋଟି ଟଙ୍କା ଆଦାୟ କରାଯାଇଛି ବୋଲି ପରିବହନ ବିଭାଗ ସୂତ୍ରରୁ ଜଣାପଡିଛି । ଏହି ଅର୍ଥ ୨୦୧୯ ସେପ୍ଟେମ୍ବର ୧ ଠାରୁ ଜାନୁଆରୀ ୨୦୨୦ ମଧ୍ୟରେ ଆଦାୟ ହୋଇଛି । ସେଥିମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ସାଢେ୩ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ସର୍ବନିମ୍ନ ସାଢେ ୧୩ ଲକ୍ଷ ଟଙ୍କା ଆଦାୟ ହୋଇଛି । ଗତ ଜାନୁଆରୀ ମାସ ସୁଦ୍ଧା ୪ ଲକ୍ଷ ୧୩ ହଜାର ୯୯୪ ଜଣ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ସେଥିମଧ୍ୟରୁ ୨ ଲକ୍ଷ ୯୦ ହଜାରଙ୍କୁ ଲାଇସେନ୍ସ ଦିଆଯାଇଛି ।
Related Stories
November 23, 2024