ଭୁବନେଶ୍ୱର– ରାଜ୍ୟର ଦୁର୍ଗମ ଅଂଚଳରେ ମୋବାଇଲ ଟାୱାର ନିର୍ମାଣ ଲାଭପ୍ରଦ ହେଉନଥିବାରୁ କମ୍ପାନୀମାନେ ଏହି ଟାୱାର ନିର୍ମାଣ କରିବା କ୍ଷେତ୍ରରେ ଆଗଭର ହେଉନାହାନ୍ତି । ତେଣୁ ରାଜ୍ୟରେ ଅଧିକ ସଂଖ୍ୟାରେ ମୋବାଇଲ ଟାୱାର ନିର୍ମାଣ କରି ମୋବାଇଲ ସେବା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ଇଲେକ୍ଟ୍ରୋନିକସ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସୂତ୍ରରୁ ଜଣାପଡିଛି ।
ଖବର ନେବାରେ ଜଣାଯାଇଛି ଯେ ବର୍ତମାନ ରାୟଗଡା ଜିଲ୍ଲାରେ ୨୭୮ଟି ମୋବାଇଲ ଟାୱାର କାର୍ଯ୍ୟକ୍ଷମ ଅଛି ।ଏହି ବିଷୟ ରାଜ୍ୟ ସରକାରଙ୍କ ପରିସରଭୁକ୍ତ ନହେଲେ ମଧ୍ୟ ଉକ୍ତ କାର୍ଯ୍ୟକୁ ସରଳୀକରଣ କରିବା ପାଇଁ ରାଜ୍ୟ ସରକାର ଓଡିଶା ମୋବାଇଲ ଟାୱାର, ଅପଟିକାଲ ଫାଇବର କେବୁଲ , ଟେଲିକମ୍ ଇନଫ୍ରାଷ୍ଟ୍ରକଚର ୨୦୧୭ର ପ୍ରଣୟନ କରିଛନ୍ତି ।