
କଟକ– କଟକ ବାଦାମବାଡ଼ି ବସଷ୍ଟାଣ୍ଡ ଖାନନଗରକୁ ଉଠିବ । ଏନେଇ ଘୋଷଣା ପରେ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଖାନନଗର ରିଙ୍ଗ ବନ୍ଧ ଆଖପାଖ ବସ୍ତି ସହ ଲାଇବ୍ରେରୀ ଗତକାଲି ବୁଲି ଦେଖିଛନ୍ତି । ବସଷ୍ଟାଣ୍ଡ ପାଇଁ ଆବଶ୍ୟକ ହେଉଥିବା ୩୦ ଏକର ଜମିକୁ କିପରି ଚିହ୍ନଟ କରାଯିବ ତାହାର ତଦାରଖ କରିଛନ୍ତି । ଏଥିସହ ବସ୍ତି, ପାର୍କ, ଲାଇବ୍ରେରୀକୁ ସେଠାରୁ ହଟାଇ ଅନ୍ୟତ୍ର କେଉଁ ସ୍ଥାନରେ କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଏହାର ଡ଼ିପିଆର ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ତେବେ ସ୍ଥାନୀୟ ଅଂଚଳର ବସ୍ତିବାସିନ୍ଦା ମାନେ ଏନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଲାଇବ୍ରେରୀକୁ ଆସୁଥିବା ଛାତ୍ରଛାତ୍ରୀ ମାନେ ଦାବି କରିଛନ୍ତି ଯେ, ପ୍ରଥମେ ପ୍ରଶାସନ ପକ୍ଷରୁ ଉପଯୁକ୍ତ ସ୍ଥାନରେ ଲାଇବ୍ରେରୀ ନିର୍ମାଣ କରାଯାଉ ପରେ ଏହାକୁ ଉଚ୍ଛେଦ କରାଯାଉ ।