କୁଲବର୍ଗୀ– କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପୁଅକୁ ଭେଟିଥିବା ଦୁଇ ଜଣ ଟିଭି ସାମ୍ବାଦିକ ଏବଂ ଜଣେ କ୍ୟାମେରାମ୍ୟାନ୍ ଙ୍କୁ ନିଜ ନିଜ ଘରେ ଅଲଗା ରହିବାପାଇଁ ପରାମଶ ର୍ ଦିଆଯାଇଛି ।
ଏସମ୍ପର୍କରେ କର୍ଣ୍ଣାଟକ ରାଜ୍ୟର କୁଲବର୍ଗୀ ଜିଲ୍ଲା ଅଧିକାରୀ ବି.ଶରତ କହିଛନ୍ତି ଯେ ଶନିବାର ଦିନ ସମ୍ପୃକ୍ତ ଦୁଇ ସାମ୍ବାଦିକ ଏବଂ କ୍ୟାମେରାମାନଙ୍କୁ ଆଇସୋଲେସନ୍ ରେ ରହିବାକୁ କୁହାଯାଇଛି । ସେମାନେ ଗତକାଲି କରୋନା ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ୭୬ ବର୍ଷୀୟ ବୃଦ୍ଧଙ୍କ ପୁଅ ସହିତ ଆଲୋଚନା କରିଥିଲେ । ଏହାଦ୍ୱାରା ସେମାନଙ୍କୁ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି ।
ଅନ୍ୟପକ୍ଷରେ ମୃତ ବୃଦ୍ଧଙ୍କ ପୁଅର ରକ୍ତ ନମୂନା ସଂଗ୍ରହ କରାଯାଇ ଯାଂଚ ପାଇଁ ପଠାଯାଇଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି ।