ବ୍ରହ୍ମପୁର: ରାଜ୍ୟ ସରକାର କୋରନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବାପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଲୋକଙ୍କୁ ସଚେତନତା କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି । ଏହି ମର୍ମରେ ସକାଳେ ଜିଲ୍ଲାପାଳ ବ୍ରହ୍ମପୁର ରେଳ ଷ୍ଟେଶନ୍ରେ ପହଞ୍ôଚ ଷ୍ଟେଶନ୍ ମାଷ୍ଟରଙ୍କ ସହ ଷ୍ଟେଶନ୍ର ପ୍ଲାଟଫର୍ମ ବୁଲି ସାରା ବିଶ୍ୱରେ ବ୍ୟାପୁଥିବା କୋରନା ଭାଇରସ୍ ପାଇଁ ଟ୍ରେନ୍ରେ ଆସୁଥିବା ଯାତ୍ରୀଙ୍କୁ କିପରି ସଚେତନତା କରାଯାଇପାରିବ ସେ ନେଇ ରଣନୀତି ପ୍ରସ୍ତୁତ କରିଥିଲେ । ଷ୍ଟେଶନ୍ ପରିସରକୁ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା ସହ ଆସୁଥିବା ଯାତ୍ରୀଙ୍କୁ କ୍ୟାମିକାଲ୍ ସାହାଯ୍ୟରେ ହାତକୁ ସଫାସୁତୁରା କରିବା ଓ ମୁହଁରେ ମାସ୍ ଲଗାଇବା ପାଇଁ ଷ୍ଟେଶନ୍ର ୨ ମୁଖରାସ୍ତାରେ ୨ଟି କାଉଣ୍ଟର ଖୋଲି ସଚେତନତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଉପଜିଲ୍ଲାପାଳ ସିନ୍ଦେ ଦତାତ୍ରୟ ଭାଉସାହେବ, ଷ୍ଟେଶନ୍ ମାଷ୍ଟର ଦୁର୍ଗାପ୍ରସାଦ ବ୍ରହ୍ମା, ଆର୍ପିଏଫ୍ ଇନ୍ସିପେକ୍ଟର ଦୀପକ କୁମାରଙ୍କ ସମେତ ଜିଆର୍ପି ଓ ଷ୍ଟେଶନ୍ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପର୍ଯ୍ୟାୟକ୍ରମେ ଷ୍ଟେଶନ୍ ପରିସରକୁ ସଫାସୁତୁରା ରଖିବା ସହ ଷ୍ଟେଶନ୍ ଦେଇ ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମାଇକ୍ ଯୋଗେ ସଚେତନତା କରିବା ପାଇଁ ଷ୍ଟେଶନ୍ ମାଷ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Related Stories
November 24, 2024