ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଲିପିକା ସ୍ୱେଚ୍ଛାସେବୀ ଅନୁଷ୍ଠାନର ଆନୁକୂଲ୍ୟରେ ସ୍ଥାନୀୟ ରାଜସ୍ୱ ବଙ୍ଗଳା ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ବଧିର ଯୁକ୍ତ ଶିଶୁଙ୍କ ଅଧିକାର ନିମନ୍ତେ ଏକ ଦିନିକିଆ କର୍ମଶାଳା ଲିପିକା ସ୍ୱେଚ୍ଛାସେବୀର ମୁଖ୍ୟ ରଞ୍ଜିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରବଣ ବାଧିତ ପିଲାଙ୍କ ଶିକ୍ଷାର ବିକାଶ, ଭାରତୀୟ ସଙ୍କେତିକ ଭାଷାର ପ୍ରାଧ୍ୟାନ୍ୟତା, ଶ୍ରବଣ ବଧିତ ବ୍ୟକ୍ତିଙ୍କ ଜୀବନ ଜୀବୀକାର ଥଇଥାନ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ରାଜ୍ୟରେ ଦିବ୍ୟାଙ୍ଗମାନଙ୍କର ମାସିକ ଭତ୍ତାର ସମାନତା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକା ବ୍ରତତି ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଲୋଚନା ଚକ୍ରରେ ଭାଗନେଇ ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟି ବଧିର ଯୁକ୍ତ ଶିଶୁଙ୍କ ଉପରେ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଆଲୋଚନା ଚକ୍ରକୁ ପୁରୀର ସନ୍ଦୀପ, ବାରିପଦାର ସାଧନା, ବ୍ରହ୍ମପୁରର କାର୍ଡ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଯୋଗ କରିଥିଲେ । ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ତହସିଲଦାର ସୀପକ ପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏସ୍.ମହାରଣା, ଗଜପତି ସମାଜ ମଙ୍ଗଳ ଅଧିକାରୀ ରବିନ୍ଦ୍ର କୁମାର ବେହେରା, କେ.ଆନନ୍ଦ ରାଓ, ଭୁବନେଶ୍ୱର ଟିସିଟିଡିର ସଦସ୍ୟା ରିନା ସାହୁ, ସୁରେଶ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆଲୋଚନାଚ କ୍ରରେ ଲିପିକାର ପରିଚାଳକ ଲକ୍ଷ୍ମୀନାରାୟଣ ଆଚାରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ରଞ୍ଜିତା ଦାସ ପରିଚାଳନା କରିଥିଲେ । ଶେଷରେ ବିଜୟ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ରାଜ୍ୟସ୍ତରୀୟ ଦିନିକିଆ ଆଲୋଚନା ଚକ୍ରରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, କୁକୁଡାଖଣ୍ଡି, ଦିଗପହଣ୍ଡି, ପାତ୍ରପୁର, ବୁଗୁଡା, ଭଞ୍ଜନଗର ବ୍ଲକ୍ ଭାଗ ନେଇଥିବା ବେଳେ ବାରିପଦା, ପୁରୀ, ନିରାକାରପୁର, ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ୍ର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ଭାଗନେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Related Stories
November 24, 2024
November 24, 2024