ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପ୍ରଶାସକ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ବିଏମ୍ସି କାର୍ଯ୍ୟାଳୟ ପରିସରରେ ଜନଅଭିଯୋଗ ଶୁଣାଣୀ କରିଛନ୍ତି । ନିଗମର ୪୦ଟି ୱାର୍ଡରେ ରହୁଥିବା ଜନସାଧାରଣ ଓ ବସ୍ତି ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କ ଅଭିଯୋଗ ଶୁଣାଣୀକରି ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ବହୁ ଗରିବମାନେ ଯେଉଁମାନେ ଆବାସ ଗୃହ ପାଇନାହାଁନ୍ତି ସେମାନେ ଜିଲ୍ଲାପାଳଙ୍କୁ ଭେଟି ଆବାସ ଗୃହ ପ୍ରଦାନ ନିମନ୍ତେ ଅନୁରୋଧ କରିବାପରେ ଜିଲ୍ଲାପାଳ ବିଏମ୍ସି କମିଶନରଙ୍କ ଅନୁପସ୍ଥିତିରେ ଡେପୁଟି କମିଶନରଙ୍କୁ ଏଥିପ୍ରତି ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଅଭିଯୋଗ ଶୁଣାଣୀ ବେଳେ କେଉଁ ସାହିରେ ଲାଇଟ୍ ନଥିବା ଓ ଡ୍ରେନ୍ ରାସ୍ତା ନିର୍ମାଣ ପାଇଁ ଲୋକେ କହିଥିବା ଜଣାପଡିଛି । ଏହାକୁ ଗୁରୁତର ସହ ନେଇ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଜିଲ୍ଲାପାଳ କହିଥିଲେ । ଏହାସହ ନିଗମର ସାହି ଅଞ୍ଚଳରେ ରାସ୍ତା ମରାମତି ହୋଇନଥିବାରୁ ଛୋଟବଡ ଦୁର୍ଘଟଣା ଘଟୁଛି । ତେଣୁ ଏହାର ମରାମତି କରିବା ପାଇଁ କିଛି ସାହିବାସିନ୍ଦା ଦାବି କରିଥିଲେ । ଏଭଳି ବିଭିନ୍ନ ଅଭିଯୋଗର ଶୁଣାଣୀକରି ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏହି ଅଭିଯୋଗ ଶୁଣାଣୀରେ ଉପଜିଲ୍ଳାପାଳ ସିନ୍ଦେ ଦତାତ୍ରୟ ଭାଉସାହେବ, ଡେପୁଟି କମିଶନର ରୋମାଞ୍ଚକ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Stories
November 24, 2024
November 24, 2024