ଗଞ୍ଜାମ– ବ୍ରହ୍ମପୁର ସହରରେ ଅପରାଧିକ ଗତିବିଧି ଏବଂ ଅଜଣା ତଥା ସନ୍ଦେହଜନକ ବ୍ୟକ୍ତି ବିଶେଷଙ୍କ ଉପରେ ନଜର ରଖିବା ପାଇଁ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ପୋଲିସ ପକ୍ଷରୁ ବ୍ରହ୍ମପୁର ସହର, ଗୋପାଳପୁର ଏବଂ ଏହାର ଆଖପାଖ ଅଂଚଳରେ ଥିବା ବିଭିନ୍ନ ହୋଟେଲ ଉପରେ ଚଢ଼ଉ କରାଯାଇଛି । ହୋଟେଲ ଗୁଡିକରେ ବିନା ପରିଚୟ ପତ୍ରରେ ଅଜଣା ସନ୍ଦିଗ୍ଧ ବ୍ୟକ୍ତି ଯେପରି ନରୁହନ୍ତି, ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ସହର ଓ ଏହାର ଆଖପାଖ ଅଂଚଳରେ ଥିବା ମୁଖ୍ୟ ହୋଟେଲ ଗୁଡିକରେ ରେଜିଷ୍ଟର ଖାତା ଏବଂ ସେଠାରେ ରହୁଥିବା ଲୋକଙ୍କ ପରିଚୟ ପତ୍ର ସହ ମିଳାଇ ଯାଂଚ୍ କରାଯାଇଛି । ପୋଲିସକୁ ଏଥିରେ କେତେକାଂଶରେ ସଫଳତା ମିଳିଥିବା ସୂଚନା ମିଳିଛି ।
Related Stories
November 24, 2024
November 24, 2024