-
ବିଧାନସଭାରେ ଦେଲେ ବିବୃତି
ଭୁବନେଶ୍ୱର- କୋବିଡ-୧୯କୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରା ଯାଇଛି । ଡିଜାଷ୍ଟର ମ୍ୟାନେଜମେଂଟ ଆକ୍ଟ ୨୦୦୫ ଅନୁସାରେ ଏହାକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରା ଯାଇଛି । ଏହା ଆଜି ସକାଳେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତି ଗ୍ରହଣ କରା ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ଦେଇ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଏହାର ନିର୍ଦେଶାଳୟ ଓ ଜିଲ୍ଲାପାଳ ମାନଙ୍କୁ ଏଥି ନେଇ ଆବଶ୍ୟକ ହେଉଥିବା ଜରୁରୀ କାଳୀନ ଔଷଧ ଓ ଅନ୍ୟ ଉପକରଣ କିଣିବାକୁ ଅଧିକୃତ କରା ଯାଇଛି ।
ସେହିପରି କମ୍ପିଟେଂଟ ଅଧିକାରୀ ମାନେ ବଡ ସମାଗମ, ଏକତ୍ରିକରଣକୁ ନିୟନ୍ତ୍ରିତ କରିବାକୁ ନିୟମ ଅନୁସାରେ ପଦକ୍ଷେପ ନେବେ ।
ଏହି ଭାଇରସ କାରଣରୁ ଉପୁଜୁ ଥିବା ସ୍ଥିତି ଉପରେ ନଜର ରଖିବା ପାଇଁ ଓ ଏହି ଭାଇରସକୁ ବ୍ୟାପିବାକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ଏମ୍ପାବାର୍ଡ ଗ୍ରୁପ ଅଫ ମିନିଷ୍ଟର ଓ ମୁଖ୍ୟ ସଚିବଙ୍କ ଅଧ୍ୟ କ୍ଷତାରେ ସଚିବ ମାନଙ୍କର ଏକ କମିଟି ଗଠନ କରା ଯାଇଛି ।
କରୋନା ଭାଇରସର ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରା ଯାଇଛି ।
ସେ କହିଛନ୍ତି ଯେ ସାମାଜିକ ଦୂରତ୍ୱ ଦ୍ବାରା ଏହି ରୋଗକୁ ରୋକା ଯାଇ ପାରିବ । ସେ କହିଛନ୍ତି ଯେ ଆଗାମୀ ୩୧ ମାର୍ଚ ଯାଏ ରାଜ୍ୟର ସମସ୍ତ ଶିକ୍ଷଣ ସଂସ୍ଥାନକୁ ବନ୍ଦ କରିଦିଆ ଯାଇଛି । କେବଳ ପରୀକ୍ଷା ଚାଲିବ । ଅତ୍ୟାବଶ୍ୟକ ନ ଥିବା ସମସ୍ତ ସରକାରୀ ଏକତ୍ରୀକରଣ, କର୍ମଶାଳା ଓ ସମ୍ମିଳନୀକୁ ରଦ୍ଦ କରା ଯାଇଛି ।
ସେହିପରି ଧାର୍ମିକ ଏକତ୍ରୀକରଣ, ବିବାହ ଭୋଜି, ପାର୍ଟି ଆଦିକୁ ସ୍ଥାନୀୟ ଅଧିକାରୀ ନିୟନ୍ତ୍ରିତ କରିବୋ
ସେ କହିଛନ୍ତି ସିନେମା ହଲ, ସୁଇମିଂ ପୁଲ, ଜିମ ଆଦିକୁ ଆଗାମୀ ୩୧ ମାର୍ଚ ଯାଏ ବନ୍ଦ କରି ଦିଆ ଯାଇଛି ।