ନୂଆଦିଲ୍ଲୀ– କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କରୋନା ଭୂତାଣୁର ପ୍ରକୋପକୁ ରୋକିବା ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କ ଉପରେ ଭୁଲ୍ ନୀତି ଆପଣଉଥିବା ଆରୋପ ଲଗାଇ ସେ କହିଛନ୍ତି ଯେ, ଯଦି ଏହି ଦିଗରେ କଡା ପଦକ୍ଷେପ ନିଆନଯାଏ ତେବେ ଦେଶର ଅର୍ଥବ୍ୟବସ୍ଥା ଭୁଶିଡି ହୋଇଯିବ ।
ଋାହୁଲ ଗାନ୍ଧୀ ଟୁଇଟର ସନ୍ଦେଶରେ କହିଛନ୍ତି ଯେ, ମୁଁ ପୁଣି ଥରେ କହି ରଖୁଛି ଯେ, କରୋନା ଭୂତାଣୁ ଏକ ବହୁତ ବଡ ସମସ୍ୟା । ଏହାକୁ ଅଣଦେଖା କରିବା କୌଣସି ସମସ୍ୟା ନାହିଁ । ଯଦି କଡା ପଦକ୍ଷେପ ନିଆନଯାଏ ତେବେ ଭାରତୀୟ ଅର୍ଥ ବ୍ୟବସ୍ଥା ବରବାଦ ହୋଇଯିବ । ଏହା ସରକାରଙ୍କୁ ଜଣା ପଡୁନାହିଁ ବୋଲି ରାହୁଲ କହିଛନ୍ତି ।
ଉଲ୍ଲେଖନୀୟ, ରାହୁଲ ଗାନ୍ଧୀ ଫେବୃଆରୀ ୧୨ର ନିଜର ଏକ ପୁରୁଣା ପୋଷ୍ଟକୁ ମଧ୍ୟ ଟିଟୁଇଟ୍ କରିଛନ୍ତି । ଏଥିରେ ସେ କହିଥିଲେ ଯେ, କନୋନା ଭୂତାଣୁ ଲୋକଙ୍କ ପାଇଁ ବହୁତ ବଡ ବିପଦ ।