ଭୁବନେଶ୍ୱର– ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ ବ୍ୟାଙ୍କରେ ରଖା ଯିବା ସମ୍ପର୍କରେ ଗୃହ କମିିଟି ଗଠନ କରାଯିବ । ଏହି ଗୃହ କମିିଟି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠନ ହେବ ଓ ଏଥିରେ ତାଙ୍କୁ ମିଶାଇ ୧୨ ଜଣ ସଦସ୍ୟ ରହିବେ । ଶୁକ୍ରବାର ଦିନ ବିଧାନସଭାରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସମ୍ପୃକ୍ତ ଗୃହ କମିିଟି ଗଠନ ପାଇଁ ପ୍ରସ୍ତାବ ଆଣିଥିଲେ ।
ଏହି କମିଟିରେ ରହିଥିବା ଅନ୍ୟ ସଦସ୍ୟ ମାନେ ହେଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର,ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର, ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜେପି ବିଧାୟକ ସୁଭାଷ ଚନ୍ଦ୍ର ପାଣିଗ୍ରାହୀ, ବିଜେପି ବିଧାୟକ ମୋହନ ମାଝୀ ଓ ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ।