ଭୁବନେଶ୍ୱର – ବିଧାନସଭାର ସରକାରୀ ହିସାବ କମିଟି, ଆକଳନ କମିଟି, ସରକାରୀ ଉଦ୍ୟୋଗ ସମୀକ୍ଷା କମିଟି, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟି ନିମନ୍ତେ ସଦସ୍ୟ ନିର୍ବାଚନ ନେଇ ଶୁକ୍ରବାର ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଘୋଷଣା କରିଛନ୍ତି ।
ସେ କହିଥିଲେ ଯେ ପ୍ରତ୍ୟେକ କମିଟି ନିମନ୍ତେ ସଦସ୍ୟ ମାନଙ୍କ ସପକ୍ଷରେ ସମର୍ଥନକାରୀଙ୍କ ଦସ୍ତଖତ ସହ ଭିନ୍ନ ଭିନ୍ନ ମନୋନୟନ ପତ୍ର ସଚିବଙ୍କ ପ୍ରକୋଷ୍ଠରେ ଦାଖଲ କରା ଯିବ । ଆଗାମୀ ୨୪ ମାର୍ଚରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ, ୨୫ ମାର୍ଚରେ ପ୍ରାର୍ଥୀପତ୍ର ଯାଂଚ ହେବ । ସେହିପରି ୨୬ ତାରିଖ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରା ଯାଇ ପାରିବ । ଆବଶ୍ୟକ ସ୍ଥଳେ ଭୋଟ ଗ୍ରହଣ ୨୭ ତାରିଖ ଦିନ କରା ଯିବ । ଦିନ ୧ଟାରୁ ୪ ଟା ଯାଏ ବିଧାନସଭା ସଚିବାଳୟର ୫୪ ନମ୍ବର ପ୍ରକୋଷ୍ଠରେ ଭୋଗ ଗ୍ରହଣ ହେବ ।
ଏହା ବ୍ୟତୀତ ୨୦୨୦-୨୧ ବର୍ଷ ପାଇଁ ୧୦ ଗୋଟି ବିଭାଗୀୟ ସ୍ଥାୟୀ କମିଟିକୁ ସଦସ୍ୟ ନିର୍ବାଚନ ସମ୍ପର୍କରେ ଘୋଷଣା କରିଥିଲେ । ଏହି କମିଟିକୁ ୧୨ ଜଣ ଲେଖାଏ ସଦସ୍ୟ ସମାନୁପାତିକ ଏକକ ହସ୍ତାନ୍ତର ଭୋଟ ମାଧ୍ୟମରେ ନିର୍ବାଚିତ ହେବେ । ବିଧାନସଭା ସଚିବଙ୍କ ଅଫିସରେ ମନୋନୟନ ପତ୍ର ଦାଖଲ କରିବେ । ୨୪ ମାର୍ଚରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ, ୨୫ ମାର୍ଚରେ ପ୍ରାର୍ଥୀପତ୍ର ଜାଂଚ ହେବ । ସେହିପରି ୨୬ ତାରିଖ ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରା ଯାଇ ପାରିବ । ଆବଶ୍ୟକ ସ୍ଥଲେ ଭୋଟ ଗ୍ରହଣ ୨୭ ତାରିଖ ଦିନ କରା ଯିବ । ଦିନ ୧ଟାରୁ ୪ ଟା ଯାଏ ବିଧାନସଭା ସଚିବାଳୟର ୫୪ ନମ୍ବର ପ୍ରକୋଷ୍ଠରେ ଭୋଗ ଗ୍ରହଣ ହେବ ।