-
ମହିଳାଙ୍କ ସମସ୍ୟାକୁ ନେଇ କାମ କରି ରାଜ୍ୟ ବାହାରେ ହେଲେ ପୁରସ୍କୃତ
କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ, ବାଲେଶ୍ୱର : ଯୁବ ସାମ୍ବାଦିକ, ସାହିତ୍ୟିକ ତଥା କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ରୁଦ୍ରରଂଜନ ଶେଜପଡ଼ା ଓମେନ୍ ଆକ୍ଟିଭିଷ୍ଟ ଭାବେ କଲିକତାରୁ ‘ଜାତୀୟ ନାରୀ ସମ୍ମାନ’ ପୁରସ୍କାର ଗ୍ରହଣ କରିଛନ୍ତି। ମହିଳା ଦିବସ ଦିନ ନ୍ୟୁ ଟାଉନ୍ ସ୍ମାର୍ଟ ଲାଇବ୍ରେରିରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ବିଶିଷ୍ଟ ଗାୟକ ଦେବପ୍ରିୟ ରୟ ଏବଂ ବିଶିଷ୍ଟ ଲେଖିକା ତଥା ସାମାଜିକ କର୍ମୀ ସୁବ୍ରତା ବନ୍ଦୋପାଧ୍ୟାୟ ଯୋଗ ଦେଇ ଶ୍ରୀ ଶେଜପଡ଼ାଙ୍କୁ ସମ୍ମାନିତ କରିଥିଲେ।
ଶ୍ରୀ ଶେଜପଡ଼ା ବର୍ତମାନ ‘ସମ୍ବାଦ’ ଖବରକାଗଜର ଉତ୍ତର ଓଡ଼ିଶା ସଂସ୍କରଣରେ ସହ ସଂପାଦକ ଭାବେ କାର୍ଯ୍ୟରତ ଅଛନ୍ତି। ସେ ତାଙ୍କର ଦୀର୍ଘ ୯ ବର୍ଷର ସାମ୍ବାଦିକତା ବୃତ୍ତି ମଧ୍ୟରେ ମହିଳାଙ୍କ ସଫଳତା ଓ ମହିଳା ସଂପର୍କିତ ବିଭିନ୍ନ ସମସ୍ୟାକୁ ନେଇ ଅନେକ ଫିଚର ପ୍ରସ୍ତୁତ କରିଛନ୍ତି। ସେହିପରି ଲିଙ୍ଗଭେଦ ଉପରେ ମଧ୍ୟ ତାଙ୍କର ଖବର ଓ ଫିଚର ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା ପୂର୍ବରୁ ମଧ୍ୟ ଶ୍ରୀ ଶେଜପଡ଼ା ବହୁବିଧ କାର୍ଯ୍ୟ ଦକ୍ଷତା ପାଇଁ ଅନେକ ରାଜ୍ୟସ୍ତରୀୟ, ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। ଶ୍ରୀ ଶେଜପଡ଼ାଙ୍କ ଘର ମୟୂରଭଂଜ ଜିଲ୍ଲା ସାରସକଣା ବ୍ଲକ୍ ଅଧୀନ ଝାରପୋଖରିଆ ପଞ୍ଚାୟତ ଅନ୍ଧାରୀ ଗ୍ରାମରେ। ମାଆ ଚମ୍ପାବତୀ ବାରିକ ଜଣେ ଶିକ୍ଷୟିତ୍ରୀ ଏବଂ ବାପା ରବୀନ୍ଦ୍ର ନାଥ ଶେଜପଡ଼ା ଅବସରପ୍ରାପ୍ତ ଶିକ୍ଷକ ଅଟନ୍ତି।