ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ପକ୍ଷରୁ ୧୫ଟି ରାଜ୍ୟରେ ୧୨୫ଟି ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ ଖୋଲାଯାଇଛି । ବ୍ୟାଙ୍କର ୧୦୧୦ ଶାଖାର ଏକ ଦୃଢ଼ ନେଟ୍ୱର୍କ ଥିଲା ଯାହାର ସଂଖ୍ୟା ଏବେ ୧୦୧୩କୁ ବୃଦ୍ଧି ପାଇଛି । ସାରା ଦେଶରେ ଏବେ ୩୨୦୬ ବ୍ୟାଙ୍କିଙ୍ଗ ୟୁନିଟ୍ ଓ ୧୯୫ ହୋମ୍ ଲୋନ୍ ସର୍ଭିସ୍ ସେଂଟର୍ ଜରିଆରେ ବନ୍ଧନ ବ୍ୟାଙ୍କ ପରିଚାଳିତ ହେଉଛି । ବ୍ୟାଙ୍କର ମୋଟ୍ ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ ସଂଖ୍ୟା ୪୪୧୪ରେ ପହଂଚିଛି । ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ମଧ୍ୟରୁ ୩୪ଟିରେ ବନ୍ଧନ ବ୍ୟାଙ୍କର ଉପସ୍ଥିତି ରହିଛି ।
ଶାଖା ଖୋଲିବାକୁ ନେଇ ଯେଉଁ କଟକଣା ରହିଥିଲା ତାହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତ୍ୟାହାର କରିନେବା ପରେ ବନ୍ଧନ ବ୍ୟାଙ୍କ ଏହି ନୂତନ ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ଗୁଡ଼ିକ ଖୋଲିଛି । ଏବେ ଖୋଲାଯାଇଥିବା ନୂଆ ଆଉଟ୍ଲେଟ୍ଗୁଡ଼ିକ ମଧ୍ୟରୁ ୪୨ଟି ଉତର ପ୍ରଦେଶରେ, ୨୯ଟି ରାଜସ୍ଥାନ, ୧୨ଟି ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶରେ ୭ଟି, ତେଲେଙ୍ଗାନାରେ ୭ଟି, ବିହାରରେ ୬ଟି, ଛତିଶଗଡ଼ରେ ୫ଟି, ଓଡ଼ିଶାରେ ୪ଟି, ତାମିଲନାଡୁରେ ୩ଟି ଓ ଉତରାଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଆସାମରେ ୨ଟି ଲେଖାଏଁ ଓ ଦିଲ୍ଲୀ ଓ ପଶ୍ଚିମ ବଙ୍ଗରେ ଗୋଟିଏ ଲେଖାଏଁ ଆଉଟ୍ଲେଟ୍ ଖୋଲାଯାଇଛି ।
ଏହି ଅବସରରେ ବନ୍ଧନ ବ୍ୟାଙ୍କର ଏମ୍ଡି ଓ ସିଇଓ ଚନ୍ଦ୍ର ଶେଖର ଘୋଷ କହିଛନ୍ତି ଯେ, “ଆମେ ବହୁତ ଖୁସି ଯେ ଶାଖା ଖୋଲିବା ନେଇ ରହିଥିବା କଟକଣା ହଟିଯିବା ପରେ ଆମେ ଦ୍ରୁତ ଗତିରେ ଆମର ନେଟୱର୍କ ସଂପ୍ରସାରଣ କରିପାରିଛୁ । ସାର୍ବଜନୀନ ବ୍ୟାଙ୍କ କ୍ଷେତ୍ରରେ ଆମର ସାଢ଼େ ଚାରି ବର୍ଷର ଉପସ୍ଥିତି ସମୟରେ ଆମେ ସଂପ୍ରସାରଣର ସୁଯୋଗକୁ ସନ୍ଧାନ କରିବା ଏବଂ ଉପସ୍ଥିତିକୁ ଶୀଘ୍ର ସ୍ଥାପନ କରିପାରିଛୁ । ଆମ ଉପରେ ବିଶ୍ୱାସ ପ୍ରକଟ କରିଥିବା ଗ୍ରାହକମାନଙ୍କୁ ଆମେ ୧୨୫ ନୂଆ ବ୍ୟାଙ୍କିଙ୍ଗ୍ ଆଉଟ୍ଲେଟ୍ ଜରିଆରେ ଭଲ ଭାବେ ସେବା ପ୍ରଦାନ କରିପାରିବୁ । ଆମର ଗ୍ରାହକ ଓ ଅଂଶୀଦାରମାନେ ଆମ ଉପରେ ଯେଉଁ ବିଶ୍ୱାସ ପ୍ରକଟ କରିଛନ୍ତି ତାହା ଜରିଆରେ ଆମେ ଅଭିବୃଦ୍ଧି ପଥରେ ଆଗେଇ ଚାଲିବୁ ବୋଲି ଆମର ବିଶ୍ୱାସ ରହିଛି ।’’
୨୦୧୯ ଡିସେମ୍ବର ୩୧ ସୁଦ୍ଧା ବନ୍ଧନ ବ୍ୟାଙ୍କ୧.୯ କୋଟି ଗ୍ରାହକଙ୍କୁ ସେବା ପ୍ରଦାନ କରିଛନ୍ତି ଏବଂ ଏହା ପାଖରେ ୫୪,୯୦୮ କୋଟି ଟଙ୍କାର ଜମା ଥିବା ବେଳେ ଅଗ୍ରୀମ ଆକାରରେ ଏହା ୬୫,୪୫୬ କୋଟି ଟଙ୍କା ଦେଇଛି । ବ୍ୟାଙ୍କର ମୋଟ କାରବାର ପରିମାଣ ୧,୨୦,୩୬୪ କୋଟି ଟଙ୍କା ରହିଛି ।
Related Stories
                        
            
                
                            
                    
                        July 11, 2024            
            
            
                                    
            
                        
                                
                            