ଭୁବନେଶ୍ୱର : ଭାରତର ଅଗ୍ରଣୀ ଏନ୍ବିଏଫ୍ସି-ଏମ୍ଏଫ୍ଆଇ ଭିଲେଜ୍ ଫାଇନାନ୍ସିଆଲ୍ ସର୍ଭିସେସର ମହିଳା ଋଣ ଗ୍ରହୀତାଙ୍କ ସଂଖ୍ୟା ୫ ଲକ୍ଷ ମାଇଲଖୁଂଟ ଅତିକ୍ରମ କରିଥିବା ବିଷୟରେ କଂପାନି ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସରେ ଘୋଷଣା କରାଯାଇଛି । ନିଜର ପରିଚୟ ସୃଷ୍ଟି କରିବା ଲାଗି ଗ୍ରାହକଙ୍କୁ ସଶକ୍ତ କରିବାକୁ ପ୍ରତିବଦ୍ଧ ଭିଲେଜ୍ ଫାଇନାନ୍ସିଆଲ ସର୍ଭିସେସ୍ (ଭିଏଫ୍ଏସ୍) ପକ୍ଷରୁ ୧୩ଟି ରାଜ୍ୟରେ ଥିବା ୨୪୪ଟି ଶାଖାରେ ମହିଳା ଦିବସକୁ ନେଇ ସ୍ୱତବ ଅଭିଯାନ ଆୟୋଜନ କରାଯାଇଥିଲା ଯାହାର ଲକ୍ଷ୍ୟ ଥିଲା ମହିଳା ଉଦ୍ୟୋଗୀଙ୍କୁ ସେମାନଙ୍କ ବ୍ୟବସାୟ ପାଇଁ ଉତ୍ସାହିତ କରିବା ଏବଂ ମାର୍ଗଦର୍ଶନ ପ୍ରଦାନ କରିବା । ଏହି ସ୍ୱତବ ଅଭିଯାନରେ ୫୦୦୦ରୁ ଅଧିକ ଗ୍ରାମୀଣ ମହିଳା ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ଭିଏଫ୍ଏସ୍ର କର୍ମଚାରୀମାନେ ବ୍ୟବସାୟ ଚିନ୍ତାଧାରାକୁ ନେଇ ପ୍ରଶିକ୍ଷଣ ଦେଇଥିଲେ ଏବଂ ବ୍ୟବସାୟକୁ କିଭଳି ଲାଭଜନକ କରିହେବ ତାହା ଜଣାଇଥିଲେ । ଏହି ଅବସରରେ ଭିଏଫ୍ଏସ୍ର ଏମଡି ଓ ସିଇଓ ଡକ୍ଟର କୁଲଧୀପ ମାଇତି କହିଛନ୍ତି ଯେ, “ଆମ ପାଇଁ ଏହା ହେଉଛି ଆଉ ଏକ ମାଇଲଖୁଂଟ । ଆମେ ୧୩ଟି ରାଜ୍ୟରେ ୫ ଲକ୍ଷରୁ ଅଧିକ ମହିଳା ଗ୍ରାହକଙ୍କୁ ସେବା ପ୍ରଦାନ କରୁଛୁ ଏବଂ ସେମାନଙ୍କ ସ୍ୱପ୍ନ ସାକାର କରିବାରେ ସହାୟତା ଯୋଗାଇ ଦେଉଛୁ । ଆମେ ଏହି ଭଳି ଶିବିର
ଆୟୋଜନ କରିବା କାର୍ଯ୍ୟ ଜାରି ରଖିବୁ ଏବଂ ଆମ ଗ୍ରାହକଙ୍କୁ ନୂଆ ବ୍ୟବସାୟ ଚିନ୍ତାଧାରା ଓ କୌଶଳ ପ୍ରଦାନ କରିବା ପାଇଁ ସେମାନଙ୍କ ସହ ଯୋଡ଼ି ହୋଇରହିବୁ ।’’ ଏହି ଶିବିରଗୁଡ଼ିକରେ ଭିଏଫଏସ ଗ୍ରାହକଙ୍କ ବ୍ୟବସାୟ ଯୋଜନାକୁ ରୂପ ପ୍ରଦାନ ଏବଂ ସମୀକ୍ଷା କରାଯାଏ । ସେମାନଙ୍କୁ ସାଧାରଣ ଆର୍ଥିକ ଆକାଉଟିଂ ଜ୍ଞାନ ପ୍ରଦାନ କରାଯାଏ । ବ୍ୟାଙ୍କ ବ୍ୟବସ୍ଥାର ଅଂଶ ହେବା ଲାଗି ସେମାନଙ୍କୁ ଅନୁପ୍ରାଣିତ କରାଯାଏ । ଡିଜିଟାଲ୍ କାରବାରକୁ ଆପଣେଇ ନଗଦ ବିହୀନ କାରବାର କରିବାକୁ ଉତ୍ସାହିତ କରାଯାଏ ।
Related Stories
July 11, 2024
June 23, 2024