ଭୁବନେଶ୍ୱର : ମହିଳାମାନେ ନିଜ ଜୀବନର ଲକ୍ଷ୍ୟକୁ ନେଇ ବଡ଼ ବଡ଼ ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ ସେମାନେ ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ଲାଗି ବେଶି କିଛି କରିନଥାନ୍ତି ବୋଲି ବଜାଜ୍ ଆଲିଆଂଜ୍ ଲାଇଫ୍ ଗୋଲସ୍
ପ୍ରିପେୟାରଡ୍ନେସ୍ ସର୍ଭେରୁ ଜଣାପଡ଼ିଛି । ଏହି ସର୍ଭେରୁ ଜଣାପଡ଼ିଛି ଯେ ୫୩% ମହିଳା ଜୀବନ କିଛି କରିବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ସେଥିପାଇଁ ସେମାନେ ଆବଶ୍ୟକ ଆର୍ଥିକ ଯୋଜନା ପ୍ରସ୍ତୁତ କରିନାହାନ୍ତି । ଏପରିକି ୫୦% ମହିଳା ଜୀବନକୁ ନେଇ ଏଭଳି କିଛି ଲକ୍ଷ୍ୟ ରଖିଛନ୍ତି ଯାହାକୁ ହାସଲ କରିବା ସମ୍ଭବ ନୁହେଁ । ସ୍ୱାସ୍ଥ୍ୟ ଓ ୱେଲନେସ୍ କ୍ଷେତ୍ରରେ ମହିଳାମାନଙ୍କ ଅଭିଳାଷ ପୁରୁଷମାନଙ୍କ ଠାରୁ ଅଧିକ ରହିଛି । ୪୦%ରୁ ଅଧିକ ମହିଳା
ସ୍ୱାସ୍ଥ୍ୟ ଓ ଫିଟ୍ନେସ୍କୁ ଗୁରୁତ୍ୱ ଦେଉଛନ୍ତି ଯାହା ପୁରୁଷଙ୍କ ତୁଳନାରେ ୨୫% ଅଧିକ ।
ମହିଳାମାନେ ନୂତନ ସ୍ଥାନ ଭ୍ରମଣ କରିବାକୁ ଭଲ ପାଆନ୍ତି । ମହିଳାଙ୍କ ମଧ୍ୟରେ ଶାରିରୀକ ଓ ମାନସିକ ଫିଟନେସ୍ ସେମାନଙ୍କ ଜୀବନର ଶ୍ରେଷ୍ଠ ୫ଟି ଲକ୍ଷ୍ୟ ଭିତରେ ରହିଛି । ପ୍ରତି ୪ ଜଣରୁ ଜଣେ ମହିଳା ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ ରହିବାକୁ ଚାହାନ୍ତି ଯାହା ପୁରୁଷଙ୍କ ତୁଳନାରେ ୪୪% ଅଧିକ । ପ୍ରତି ତିନି ଜଣରେ ଜଣେ ମହିଳା ନୂଆ ଏବଂ ବିଦେଶୀ ସ୍ଥାନ ବୁଲିବାକୁ ଚାହାନ୍ତି ଯାହା ପୁରୁଷଙ୍କ ତୁଳନାରେ ୨୬% ଅଧିକ । ବଜାଜ ଆଲିଆଂଜ୍ ଲାଇଫ୍ ଗୋଲସ୍ ପ୍ରିପେୟାରଡ୍ନେସ୍ ସର୍ଭେରୁ ଜଣାପଡ଼ିଛି ଯେ, ଜୀବନ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ବଂଧୁ, ପରିବାର ଏବଂ ବୟସ୍କ ସଦସ୍ୟମାନେ ଅଧିକ ପ୍ରଭାବ ପକାଇଥାନ୍ତି । ପୁରୁଷଙ୍କ ତୁଳନାରେ ମହିଳାଙ୍କ ଉପରେ ସୋସିଆଲ ମିଡିଆର ପ୍ରଭାବ ଅଧିକ ରହିଛି ।
ମହିଳାଙ୍କ କ୍ଷେତ୍ରରେ ଜୀବନ ଳକ୍ଷ୍ୟ ଧାର୍ଯ୍ୟ କରିବାରେ ସୋସିଆଲ ମିଡିଆର ପ୍ରଭାବ ୨୦% ରହିଥିବା ବେଳେ ପୁରୁଷଙ୍କ ଠାରେ ୧୭% ରହିଛି । ଜୀବନ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ସିନେମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ମହିଳାଙ୍କ ପ୍ରତି ୫ ଜୀବନ ଲକ୍ଷ୍ୟ ମଧ୍ୟରୁ ଗୋଟିଏ ସିନେମା ଦ୍ୱାରା ପ୍ରଭାବିତ ହୋଇଥାଏ ଯାହା ପୁରୁଷଙ୍କ ତୁଳନାରେ ୬୭% ଅଧିକ । ଆମେ ଆଉ ଏକ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବାକୁ ଯାଉଥିବାରୁ ଚାଲନ୍ତୁ ଜୀବନ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ମହିଳାମାନଙ୍କୁ ଆହୁରି ସଶକ୍ତ କରିବା ଏବଂ ସେମାନଙ୍କୁ ସ୍ୱପ୍ନ ପୁରଣ କରିବା ଲାଗି ଅଧିକ ସୁଯୋଗ ପ୍ରଦାନ କରିବା ।